ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଲତା ଯୁବ ଶକ୍ତି ଓଡିଶା ତରଫରୁ ଅନଲାଇନ ଭଜନ ସମାରୋହ

ନର୍ଲା (ମନିସ) କୁଲତା ଯୁବ ଶକ୍ତି କଳା ଓ ସଂସ୍କୃତି ସଂଯୋଜିକା ପୂଜା ବେହେରାଙ୍କ ସଂଯୋଜନାରେ ଏକ ଅନଲାଇନ ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ , ଗଜିନ୍ଦ୍ର ପଧାନ, ଶାନ୍ତନୁ ଭୋଇ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କୁଲତା ଯୁବ ଶକ୍ତି ତରଫରୁ କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରୁବି ନାଏକ,ସେବତୀ ପଧାନ, ଦୀପା ପଧାନ, ଡୋଲାମଣି ପ୍ରଧାନ , ବୁବୁନ ବିଶ୍ବାଳ, ଧିରେନ୍ଦ୍ର ପ୍ରଧାନ, ଉତ୍ତମା ପଧାନ, ହରିଶ୍ଚନ୍ଦ୍ର ନାଏକ, ସଞ୍ଜୁକ୍ତା ସ୍ବାଇଁ ଆଦି ଅଂଶଗ୍ରହଣ କରିଥିଲେ । ଯୁବପିଢୀ ମଧ୍ୟରେ ଲୁଚି ରହିଥିବା ଅନ୍ତଃନିହିତ କଳାକୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇପାରିବ ବୋଲି କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉ କି କୁଲତା ଯୁବ ଶକ୍ତି ସଂଗଠନ ପଶ୍ଚିମ ଓଡିଶାରେ ବିଭିନ୍ନ ଜନହିତକର କାର୍ଯ୍ୟରେ ଜଡିତ ରହି ଜନମାନସରେ ଆଦୃତ ହୋଇପାରିଛି । ରକ୍ତଦାନ, ମାଗଣା ଶିକ୍ଷାଦାନ ଓ ଅପହ଼ଞ୍ଚ ଅଞ୍ଚଳରେ ଲୋକେ ସରକାରୀ ସୁବିଧା କିଭଲି ପାଇପାରିବେ ସେ ଦିଗରେ କାର୍ଯ୍ୟକରୁଛି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମୁକ୍ତି ମଣ୍ଡପ

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

Sunil Chandra Nayak

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!