ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

ମୟୂରଭଞ୍ଜ -୧୨/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନଜାରି ଗ୍ରାମର ଜନୈକ ଯୁବକ ନିଜ ଶଶୁର ଘରେ କବାଟ କିଳି  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ତିରିଂ‌ଥାନା ଅନ୍ତର୍ଗତ ମଲିକେଡମ ଗ୍ରାମର ରବି ମୁଣ୍ଡା((୪୫) ଶଶୁର ଘରେ ରହି କାମଧନ୍ଦା କରି ପ୍ରତିପୋଷଣ ହେଉଥିଲେ । ଲକ୍ଷ୍ମୀପୂଜା ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଘରକୁ ଫେରି କବାଟ କିଳି ଘରେ ଶୋଇଥିଲେ ।ରାତିରେ ଘର ଲୋକେ କବାଟ ଠକ୍ ଠକ୍ କରିଥିଲେ ।ସେ ଶୋଇ ଯାଇଥିଲା ।କବାଟ ଖୋଲି ନ ଥିଲା ।ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପଡିଶା ଏବଂ ଥାନାକୁ ଜଣାଇଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।  

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା (ରମ୍ୟ ରଚନା,ନିଶା ନିବାରଣ) ଗଣେଶଙ୍କ ମର୍ତ୍ତ୍ଯପୁର ଟୁର୍ 

Sunil Chandra Nayak

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!