ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶଙ୍ଖା ଓ ସିନ୍ଦୁର

ଶଙ୍ଖା ଓ ସିନ୍ଦୁର

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଶଙ୍ଖା ଓ ସିନ୍ଦୁର ଯାହା କପାଳର

ସର୍ବଦା ଝଟକୁ ଥାଇ

ତାହା ଠାରୁ କେହି ଭାଗ୍ୟବତୀ ନାହିଁ

ଏକଥା ଅନ୍ୟଥା ନୋହି…..(୦)

 

ସତୀ ଯେ ସାବିତ୍ରୀ ସୁକୁମାରୀ ଅତି

ବରିଥିଲେ ସତ୍ୟବାନ

ଅଳପ ଆୟୁଷ ଜାଣି ବି ବିଶ୍ଵାସ

ରଖି ହୋଇଲେ ମହାନ

ଯମଙ୍କ ପାଖରୁ ସତୀ ମହା ଗରୂ

ପତିଙ୍କୁ ଥିଲେ ଫେରାଇ…..(୧)

 

ନାରୀକୁ ସୁନ୍ଦର କରେ ଏ ସିନ୍ଦୁର

ପାଦର ଅଳତା ଶଙ୍ଖା

ମର୍ଯ୍ୟାଦା ବଢଇ ସନ୍ତୋଷ ଭରଇ

ଦୂର କରେ ସବୁ ଶଙ୍କା

ସତୀ ସେହି ନାରୀ ପତି ପୂଜା କରି

ବିଭୁ କୃପା ଯେ ଲଭଇ….(୨)

 

ଶଙ୍ଖା ଓ ସିନ୍ଦୁର କେତେ ଯେ ସୁନ୍ଦର

ତାହା ସରି କିଏ ହେବ

ଅତ୍ୟନ୍ତ ଦୁର୍ଲ୍ଲଭ ସମ୍ପଦ ସୁଲଭ

ଯାହା ଠାରେ ଥାଏ ଭବ

ସତୀ ଶିରୋମଣି ସେହି ଯେ ରମଣୀ

ତାହା ପରି କିଏ କାହିଁ….(୩)

 

ପୁରାଣରେ ଲେଖା ଅଛି ମିଳେ ଦେଖା

ଶଙ୍ଖା ସିନ୍ଦୁର ମହିମା

ପତିବ୍ରତା ଧର୍ମ ସବୁକୁ ସକ୍ଷମ

କରଇ ତା ନାହିଁ ସୀମା

ସତୀଙ୍କ ପାଖରେ ନତ ବଦନରେ

ଦେବତାଏ ଥାନ୍ତି ରହି….(୪)

ଫୁଲବାଣୀ, କନ୍ଧମାଳ

Related posts

ବିକାଶ ଛାତ୍ରୀ ଇଷିକା ଲାଥ +୨ ବାଣିଜ୍ୟ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

Sunil Chandra Nayak

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!