ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

ଚିଲିଗୁଡା( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଫୁଲମଣୀ ପଟେଲ ୩୨ ଏବେ ଘୋର ଚିନ୍ତାରେ ବୁଡି ରହିଥିବା ଦେଖିବାକୁ ମିଳିଛି ।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଫୁଲମଣୀ ପଟେଲ ଙ୍କ ସ୍ୱାମୀ ସୋମନାଥ ପଟେଲ ନିଜର ପରିବାର ପ୍ରତିପୋଷଣ ସହ ନିଜ ପୁଅ ଝିଅ ଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ନିଜ ଭିଟା ମାଟି ଛାଡି ଯାଜପୁର ଠାରେ ଥିବା ବୈତରଣୀ ନଦୀ କୂଳରେ ବ୍ୟରେଜ ନିର୍ମାଣରେ ଶ୍ରମିକ ଭାବରେ ଗୁରୁ ମହାରାଜ କମ୍ପାନୀ ଠାରେ କାମ କରୁଥିଲେ ।କାମ ସାରି ଗାଧୋଇବା ପାଇଁ ବୈତରଣୀ ଦଶାଶ୍ୱ ମେଧ ଘାଟରେ ଗାଧୁ ଥିବା ସମୟରେ ହଠାତ ପାଣି ମାଡ଼ି ଆସି ଆସିଥିଲା ।ପାଣି ସ୍ରୋତରେ ଯୁବକ ଜଣକ ଭାସିଯାଇ ମୃତ୍ୟୁ ବରଣ କରିଥିଲେ ।ଏବେ ସ୍ୱାମୀ ଙ୍କ ମୃତ୍ୟୁ ପରେ ଫୁଲ ମଣୀ ଉପରେ ପରିବାର ସମସ୍ତ ବୋଝ ।ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଚାଲି ଗଲା ପରେ ସ୍ତ୍ରୀ ଏକାକୀ ଭାଙ୍ଗି ପଡିଛନ୍ତି ।ଘରେ ଆର୍ଥିକ ସମ୍ବଳ ବୋଲି କିଛି ନାହିଁ କୁଳି ଗଲେ ପରିବାର ପ୍ରତିପୋଷଣ ହଉଥିଲା ।ଜମି ବାଡ଼ି ବୋଲି କିଛି ନାହିଁ ।ଏଭଳି ପରିସ୍ଥିତିରେ ୩ ଛୁଆ ଏବଂ ରୋଗଣୀ ଶାଶୁ ଙ୍କୁ କିପରି ଯତ୍ନ ନେବି ବୋଲି ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି ।୩ ଛୁଆଙ୍କ ମଧ୍ୟରେ ବଡ଼ ଝିଅ ଅର୍ଚନା ୧୫ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ବାରୁଣୀ ୧୧ ପଞ୍ଚମ ଶ୍ରେଣୀରେ ଏବଂ ପୁଅ ମନଦୀପ ୭ ଦୂତୀୟ ଶ୍ରେଣୀରେ ପଡୁଛନ୍ତି ।ଏହି ୩ ଛୁଆଙ୍କୁ କିପରି ଉଚ୍ଚ ଶିକ୍ଷା କରିବି ବୋଲି ସେ କହିଛନ୍ତି ।ମାତ୍ର ଚାରି ଆଡ଼େ ଅନ୍ଧାର ଦେଖା ଯାଉଛି ବୋଲି କହିଛନ୍ତି ।ଏଭଳି ପରିସ୍ଥିତି ରେ ଘରେ ରୋଗଣୀ ଶାଶୁ ମା ।ପରିବାର ସମସ୍ତ ଦାୟିତ୍ୱ ନିଜ ହାତରେ ରହି ଥିବା ବେଳେ ସାହସ ଏବଂ ସାନ୍ତ୍ୱନା ଦେବା ପାଇଁ ମୋ ପାଖରେ କିଏ ନାହିଁ ।ଏଣୁ ବ୍ଲକ ପ୍ରଶାସନ ଫୁଲମଣୀ ପରିବାର ପ୍ରତି ସମବେଦନା ଜଣାଇବା ସହ ତିନି ଛୁଆଙ୍କୁ ଉଚ୍ଚ ଶିକ୍ଷିତ କରିବା ଏବଂ ସରକାରୀ ସହାୟତା ପ୍ରଦାନ ଦିଗରେ ସହଯୋଗ କରିବା ପାଇଁ ଫୁଲମଣୀ ନିବେଦନ କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

କାଉଡୋଳା ଠାରେ ଭିମା ଦେବତାଙ୍କ ବାଲିଯାତ୍ରା ପ୍ରସ୍ତୁତି ନେଇ ଗ୍ରାମ୍ୟ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!