ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ସ୍ଥାନୀୟ ଧର୍ମଗଡ ଉପଖଣ୍ଡ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ, ହର୍ଷଦ୍ଆଇଏଏସ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ,କଳାହାଣ୍ଡି ଶ୍ରୀ ଅଭିଳାଷ ଜି, ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଧର୍ମଗଡ଼ ଶ୍ରୀ ପାୱାର ସଚିନ୍ ପ୍ରକାଶ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାଟ୍ଟଯୋଶୀ, ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଧର୍ମଗଡ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୪୩୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୧୬ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୨୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୭ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ଏବଂ ପି ଡି , ଡି ଆର୍ ଡି ଏ ଶ୍ରୀ ଉପାଧ୍ୟାୟ ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ, ରାସ୍ତା, ପୋଲ, ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଭାବିତ ଅଞ୍ଚଳ ର ବିକାଶ କର ନଚେତ୍ କମ୍ପାନୀ ବନ୍ଦ୍ କରାଯିବ – ଭକ୍ତ ଦାସ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

ଶ୍ରୀମତୀ ମିନତୀ ମିଶ୍ର ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!