ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡ଼ିଏସ ଚାଉଳ ନେଇ ଫେରୁଥିବା ପିକଅଫ ଭ୍ଯାନ ଓଲଟି ୨ ମୃତ ୭ ସଙ୍କଟା ପନ୍ନ

ଥୁଆମୂଳ ରାମପୁର:୧୭/୫- ମ.ନି.ସ:- ପ୍ରଗତି ପଥେ ଓଡିଶା ରାଜ୍ଯର ଅପହଞ୍ଚ ଇଲାକାର କାହାଣୀ କହିଲେ ଶେଷ ହେବ ନାହିଁ। ପ୍ରଗତିଶୀଳ ରାଜ୍ଯରେ ଯେଉଁଠି କି ସରକାରଙ୍କ ତରଫରୁ ଆଜି ଯାଏଁ ଗମନାଗମନ ସୁବିଧା ପହଞ୍ଚି ପାରିଲା ନାହିଁ। ଯାହାଫଳରେ ଲୋକେ ଅନେକ ସମୟରେ ବିଭିନ୍ନ ସମସ୍ୟା ଘେରରେ ରହୁଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ ପାଲଟିଛି।ଏପରି ଏକ ଅପହଞ୍ଚ ଇଲାକା ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଧିନରେ ଥିବା ବାର୍ଷିକୋଣା ଗାଁ। ଯେଉଁଠି କି ପିଡ଼ିଏସ ଚାଉଳ ଆଣିବାକୁ ଯିବାକୁ ହେଲେ ହିତାଧିକାରୀଙ୍କୁ ଦୁଇଗୋଟି ବ୍ଳକ ଯଥା ଜୁନାଗଡ ଓ କଲମପୁର ବ୍ଳକକୁ ପାରି ହୋଇଯିବାକୁ ପଡିଥାଏ। ଏପରି ସେମାନଙ୍କର ଜୀବନ ଶୈଳୀ ଅନେକ ଦିନରୁ ଚାଲିଆସୁଛି। ଚଳିତ ପଞ୍ଚାୟତ ସମିତି ନିର୍ବାଚନ ସମୟରେ ଭୋଟ ମଧ୍ୟ ବର୍ଜନ କରିଥିଲେ। ବାର୍ଷିକୋଣା ଗ୍ରାମବାସୀ କିଛି ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ନିଜ ଗ୍ରାମପଞ୍ଚାୟତକୁ ଯିବାଆସିବା କରିବା ପାଇଁ ସବୁଦିନିଆ ରାସ୍ତା ଖଣ୍ତେ। କିନ୍ତୁ ଏମାଙ୍କ ଦୁଃଖର କାହାଣୀ ଶୁଣିବା ପାଇଁ ପ୍ରଶାସନ କିମ୍ବା ରାଜନୈତିକ ଦଳଙ୍କ ପାଖରେ ସମୟ ନାହିଁ। ତଥାପି ସେମାନେ ଦୁର୍ଗମ ଅଞ୍ଚଳରେ ବସବାସ କରି ବହୁକଷ୍ଟରେ ରହୁଛନ୍ତି। ପ୍ରତ୍ୟେକ ମାସ ଭଳି ଆଜି ବି କିଛି ହିତାଧିକାରୀ ନିଜ ପରିବାରର ପ୍ରତିପୋଷଣ ଉଦ୍ଦେଶ୍ୟ ନେଇ ଏକ ପିକଅଫ ଭ୍ୟାନ ଭଡା କରି ସିନ୍ଧିପଦର ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥିଲେ। ପିଡିଏସ ଚାଉଳ ନେଇ ଥୁଆମୂଳ ରାମପୁର ସଦରମହକୁମା ଦେଇ ଫେରିବା ବାଟରେ ସିଙ୍ଗାରିଘାଟି ଠାରେ ପିକଅଫ ଭ୍ଯାନ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଯାହାଫଳରେ ଘଟଣା ସ୍ଥଳରେ ୨ ଜଣ ଗ୍ରାମବାସୀ ଲାଲୁ ମାଝୀ ଓ ଡଙ୍ଗର ମାଝୀ ଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ୭ ଜଣ ମହିଳାଙ୍କ ଅବସ୍ଥା ସଙ୍କଟା ପନ୍ନ ରହିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ପୁଲିସ ସୂଚନା ଦେଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା  ଝଡ଼ ବତାସ

Sunil Chandra Nayak

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ରଜ ଦୋଳ ର ସ୍ମୃତି

Sunil Chandra Nayak

Leave a Comment

error: Content is protected !!