ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜ୍ଞାନ ଆଗେଇଛି ତଥାପି ଅନ୍ଧବିଶ୍ୱାସ ଓ କୁସଂସ୍କାର ରହିଛି…

ଅନ୍ଧବିଶ୍ବାସ ଗଳିରେ ସମାଜ, କୁଷ୍ଠ ରୋଗ ପାଇଁ ଗାଁରୁ ବାସନ୍ଦ

କୁଡ଼ିଆରେ କୁଷ୍ଠ ରୋଗୀର ଅଭିଶପ୍ତ ଜୀବନ….

ଦିନେ ନୁହେଁ କି ଦୁଇ ଦିନ ନୁହେଁ ୩୦ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ କଦମା ମାଝୀ…..

ରୋଗକୁ ଘୃଣା କର ରୋଗୀକୁ ନୁହେଁ… ଏହି ସ୍ଲୋଗାନ ପହଞ୍ଚି ପାରିନାହିଁ କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଥୁଆମୂଲ ରାମପୁର ବ୍ଲକ ଅଂଚଳରେ..ସମାଜରେ ଆଜିବି ଅନ୍ଧବିଶ୍ୱାସ, କୁସଂସ୍କାର ଭଳି ଅସାମାଜିକ କଳ୍ପନା ଭରିରହିଛି।ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଅଭାବରେ ମଣିଷ ଆଜି ଘାଣ୍ଟି ହେଉଛି। ମଣିଷ ସମାଜରେ ରହିବାକୁ ଭଲପାଏ, ସମାଜ ବ୍ୟକ୍ତିର ଦୁଃଖସୁଖରେ ଠିଆ ହୋଇଥାଏ। କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇଦିଏ ତାହାହେଲେ ଅସହାୟ ହୋଇ ଜିବନ ଜିଇଁବାକୁ ବାଧ୍ୟ ହୋଇଥାଏ। ହେଲେ ଦୁର୍ଭାଗ୍ୟ ସବୁ ବୁଝିସାରିଥିବା ସମାଜ କାହିଁକି ବେଳେବେଳେ ପରକରେ ଓ ଅସହାୟ କରି ଛାଡିଦିଏ ଯାହା ଏକ ବିଡମ୍ବନାର ବିଷୟ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ।ଏପରି ଏକ ଦାରୁଣ ଚିତ୍ରଟି ହେଉଛି ଏକ ଅସହାୟ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତିର। ନାମ ହେଉଛି କଦମା ମାଝୀ। ବୟସ ପାଖ ପାଖି ୪୫ ବର୍ଷ । ଦୀର୍ଘ ଦିନ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ଜିବନ କାଟୁଥିବା କଦମାକୁ ଆଜି ସମାଜ ଅଲଗା କରିଦେଇଛି।ଏହି ବ୍ୟାଧି ପାଇଁ ସେ ଅବିବାହିତ ଥିବାବେଳେ ନିଜ ଜନ୍ମିତ ପରିବାର ତଥା ବନ୍ଧୁ ପରିଜନ ମଧ୍ୟ କଦମାକୁ ଅଲଗା କରିଛି।ଫଳରେ ଗାଁଠୁ ଦୂର ରାସ୍ତାକଡ ଏକ ଜଙ୍ଗଲରେ ଆଦିମ ମଣିଷ ରହିଥିବା ଭଳି ଏକ ପଥର କୁଡିଆରେ ରହିବାକୁ ବାଧ୍ୟ ହେଉଛି।ପିଇବା ପାଣି ହେଉ ଅବା ଗାଧୋଇବା ପାଇଁ ଗଲେ ଲୋକେ ଘୃଣାକରି ବାରଣ କରୁଥିବା କହିଛନ୍ତି କଦମା ମାଝୀ।ଯେ କେହି ହେଉନା କାହିଁକି ନ ଦେଖିଲେ ବିଶ୍ବାସ କରିହୁଏନି।ଏହି ବ୍ୟାଧି ଶରୀରକୁ ଯେଉଁ କଷ୍ଟ ଦେଇଛି ତାଠାରୁ ଭୟଙ୍କର ହୋଇପଡିଛି ବାସନ୍ଦ ଜୀବନ। ସାହା ହେବାକୁ କେହି ନଥିବାବେଳେ ଅସହାୟ ଓ ଦୟନୀୟ ହୋଇପଡିଛି ବଞ୍ଚିବାର ପ୍ରତ୍ୟେକ ମୁହୂର୍ତ୍ତ।ସରକାରୀ ସହାୟତା କହିଲେ ମାସକୁ ମାତ୍ର ୫ କେଜି ଚାଉଳ ଓ ଭିନ୍ନକ୍ଷମ ଭତ୍ତା ବାବଦକୁ ୫୦୦ ଟଙ୍କା ମିଳିଥାଏ। ତାହା କ’ଣ ଏଭଳି ମଣିଷକୁ ବଞ୍ଚିବା ପାଇଁ ସାହାରା ହୋଇପାରେ?।ସରକାର ତୁରନ୍ତ ଏଭଳି ଅସହାୟ ଲୋକଙ୍କ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ଅନ୍ୟପଟେ କଦମା ଔଷଧ ଖାଇ ସଂପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ସେ କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ନୁହଁନ୍ତି ବୋଲି ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହାସତ୍ତ୍ବେ ଅନ୍ଧ ବିଶ୍ବାସକୁ ଆପଣାଇ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଛନ୍ତି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ବୈଠକ ଦ୍ବାରା ସେମାନଙ୍କୁ ବୁଝାଯିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ କଦମାଙ୍କ ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

Sunil Chandra Nayak

ଶୁଭ୍ରାଂଶୁ ଶେଖର ପାଢୀ ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!