ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ବିରାଟ ପର୍ବ ନାଟ୍ୟ ମହୋତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ରାଧାବଲ୍ଲଭ ନାଟ୍ୟ ସଂସଦ, ତେରେସିଂହା ପକ୍ଷରୁ ଆଜି ଠାରୁ ବିରାଟ ପର୍ବ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେଉଅଛି l ଏହି ଅନୁଷ୍ଠାନ ପକ୍ଷରୁ ସପ୍ତାହ ବ୍ୟାପୀ ହେବାକୁ ଥିବା ବିରାଟ ପର୍ବ ବା ଚନ୍ଦନ ଯାତ୍ରା ନାଟ୍ୟ ମହୋତ୍ସବ ପାଳିତ ହେବାର ଅନୁଷ୍ଠାନ ତରଫରୁ ସୂଚନା ଦିଆ ଯାଇଛି l ଅନୁଷ୍ଠାନର ସଭାପତି ଡମ୍ବରୁଧର ରଣା ଓ ସମ୍ପାଦକ କୃଷ୍ଣଚନ୍ଦ୍ର ରଣାଙ୍କ ନେତୃତ୍ବରେ ଏହି ନାଟ୍ୟ ମହୋତ୍ସବ ପରିଚାଳିତ ହେଉଅଛି l ଗତ ଦୁଇ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ନାଟକ ମଞ୍ଚସ୍ଥ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l ଫଳରେ କଳାକାର ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଦେଖିବାକୁ ମିଳୁଛି lଏହି ମହୋତ୍ସବରେ ଅନୁଷ୍ଠାନର ପୂର୍ବତନ ସଭାପତି ଭୁବନେ ରଣା, ପୂର୍ବତନ ସମ୍ପାଦକ ତ୍ରିନାଥ ରଣା, ହରିହର ରଣା, ହେମସାଗର ରଣା, କୁଳମଣି ରଣା, ମକରନ୍ଦ ରଣା, ଭରତ ରଣା, ମୁରଲିଧର ରଣା, ନିଲାନ୍ଦ୍ରି ରଣା, ରୁଦ୍ରାକ୍ଷ ରଣା, ଗୌଡେଶ୍ୱର ରଣା, ବୈଲୁଚନ ରଣା, ଦୁର୍ବାସା ରଣା, ଇନ୍ଦ୍ରମଣି ରଣା, ରଙ୍ଗାଧର ରଣା, ପଦୁ ରଣା, ଉମାକାନ୍ତ ରଣା, କୁରୁକ୍ଷେତ୍ର ରଣା, ସନ୍ତୋଷ ରଣା, ରତିକାନ୍ତ ରଣା, ସୁଶାନ୍ତ ରଣା, ବସୁ ରଣା, ସୁରଥ ରଣା, ଟଙ୍କଧର ରଣା, ସମ୍ବାରୁ ରଣା, ଲବ ରଣା, କଣ୍ଠ ରଣା, ନିର୍ମଳ ରଣା, ସରୋଜ ରଣା, ନମିତ ରଣା, କଳାକାହ୍ନୁ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ତେରେସିଂହା ଗ୍ରାମର ମା’ ମାଣିକେଶ୍ଵରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂପୂର୍ଣ୍ଣ ମହାଭାରତ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କର୍ଲାମୁଣ୍ଡା ବ୍ଲକର ରିଷିଡା, ବ୍ରାହ୍ମଣୀ ମୁଣ୍ଡା, ବାଞ୍ଜିପଦର, ଭାଲୁପିଆ, ସାପଲହରା ଆଦି ଗ୍ରାମରେ ଭକ୍ତି ଓ ନିଷ୍ଠାର ସହ ଏହି ନାଟ୍ୟ ମହୋତ୍ସବ ପାଳିତ ହେଉଅଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

ଖାତିଗୁଡା ପୋଲିସ ର ୨ ଜୁଆ ଅଡ୍ଡା ଚଢ଼ାଉ : ୫୮୦୦ ଓ ତାସ କଟା ଜବତ

Sunil Chandra Nayak

ଉନ୍ନତ ପ୍ରଣାଳୀରେ ସଜନା ଚାଷ ପାଇଁ ସମାବେଶ

Sunil Chandra Nayak

Leave a Comment

error: Content is protected !!