ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ କବିତା ଚତୁର୍ଥ ସ୍ତମ୍ଭ

       ଚତୁର୍ଥ ସ୍ତମ୍ଭ

           ନିରୁପମା ପାଣି 

ଚତୁର୍ଥ ସ୍ତମ୍ଭ ଯେ ଖମ୍ବ ପାଲଟିଲେ
     ପାଟିରେ ପକେଇପଟି
କଳା କାରବାର ଦୁନିଆ ନଜାଣୁ
     ଇସ୍କୁଲ୍ ଭିତର କିର୍ତ୍ତୀ ।।
ଦମ୍ଭ ହଲିଗଲା ବଡ ବଡିଆଙ୍କ
      ଭୟରେ ବାଟ କାଢିଲେ
ସାମ୍ବାଦିକ ଆଉ ସତ ନଦେଖିବେ
       ଇସ୍କୁଲୁ ବାହାରେ ଥିଲେ ।।
ପଚାଅଣ୍ଡା ଯାକ ପୋକା ଡାଲି ସହ
       ଗମୁଆ ଚାଉଳ ଭାତ
ଖାଇ ଆମ ପିଲା ବଢିବେ ପଢିବେ
     ଧନ୍ୟ ସେ ଦାତାଙ୍କ ହାତ ।।
ହ୍ୟାଣ୍ଡୱାସ୍ ଡବା ଖାଲି ପଡିଥିବ
      ଡବା ଥିବ ପତିଆରା
ପିଲାଙ୍କ ହାତରେ ରୋଷେଇ ହୋଇବ
      ନଦେଖିଲେ କେହି ଗଲା ।।
ଅଫିସି ଭିତରେ ମଧୁର ଆଳାପ
       ଦିଦିଙ୍କ ସହିତ ସାର୍
ପିଲା ଖେଳୁଥିବେ ଏଣେ ତେଣେ ବୁଲି
      କହିବାକୁ କାହା ଜୋର୍ ।।
ଚତୁର୍ଥ ସ୍ତମ୍ଭଙ୍କୁ ଭାରି ଡରୁଛନ୍ତି
      ବୋଧେ ଆମ ସରକାର
ସେ ଲାଗି ବାରଣ ହେଲା ସେମାନଙ୍କୁ 
     ହତା ଯେ ବିଦ୍ୟାଳୟର ।।

 

   ଚାନ୍ଦବାଲି  , ଭଦ୍ରକ

Related posts

ଢ଼େଙ୍କାନାଳ ବସଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ପୁନେଇଁ ଜହ୍ନ

Sunil Chandra Nayak

Leave a Comment

error: Content is protected !!