ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ କବିତା ଚତୁର୍ଥ ସ୍ତମ୍ଭ

       ଚତୁର୍ଥ ସ୍ତମ୍ଭ

           ନିରୁପମା ପାଣି 

ଚତୁର୍ଥ ସ୍ତମ୍ଭ ଯେ ଖମ୍ବ ପାଲଟିଲେ
     ପାଟିରେ ପକେଇପଟି
କଳା କାରବାର ଦୁନିଆ ନଜାଣୁ
     ଇସ୍କୁଲ୍ ଭିତର କିର୍ତ୍ତୀ ।।
ଦମ୍ଭ ହଲିଗଲା ବଡ ବଡିଆଙ୍କ
      ଭୟରେ ବାଟ କାଢିଲେ
ସାମ୍ବାଦିକ ଆଉ ସତ ନଦେଖିବେ
       ଇସ୍କୁଲୁ ବାହାରେ ଥିଲେ ।।
ପଚାଅଣ୍ଡା ଯାକ ପୋକା ଡାଲି ସହ
       ଗମୁଆ ଚାଉଳ ଭାତ
ଖାଇ ଆମ ପିଲା ବଢିବେ ପଢିବେ
     ଧନ୍ୟ ସେ ଦାତାଙ୍କ ହାତ ।।
ହ୍ୟାଣ୍ଡୱାସ୍ ଡବା ଖାଲି ପଡିଥିବ
      ଡବା ଥିବ ପତିଆରା
ପିଲାଙ୍କ ହାତରେ ରୋଷେଇ ହୋଇବ
      ନଦେଖିଲେ କେହି ଗଲା ।।
ଅଫିସି ଭିତରେ ମଧୁର ଆଳାପ
       ଦିଦିଙ୍କ ସହିତ ସାର୍
ପିଲା ଖେଳୁଥିବେ ଏଣେ ତେଣେ ବୁଲି
      କହିବାକୁ କାହା ଜୋର୍ ।।
ଚତୁର୍ଥ ସ୍ତମ୍ଭଙ୍କୁ ଭାରି ଡରୁଛନ୍ତି
      ବୋଧେ ଆମ ସରକାର
ସେ ଲାଗି ବାରଣ ହେଲା ସେମାନଙ୍କୁ 
     ହତା ଯେ ବିଦ୍ୟାଳୟର ।।

 

   ଚାନ୍ଦବାଲି  , ଭଦ୍ରକ

Related posts

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

ବରିଷ୍ଠ କଳାକାର ମହାସଂଘର ଶୋକସଭା

Sunil Chandra Nayak

ପବିତ୍ର ବାହୁଡା ପହଣ୍ଡି; ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତୀ; ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ତରଫରୁ ଅନ୍ନ ପ୍ରସାଦ ବଣ୍ଟନ

Leave a Comment

error: Content is protected !!