ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ | ୨୦୨୧ ବର୍ଷ ପାଇଁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାମକୁ ସୁପାରିଶ୍ କରାଯାଇଛି ।ଖବର ଅନୁଯାୟୀ, ୨୦୦୭ ମସିହାରୁ ଶିବାନୀ ବ୍ରହ୍ମପୁର ଏମକେସିଜି ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି । ଅସହାୟ ରୋଗୀଙ୍କୁ ସେବା କରିବା ଶିବାନୀଙ୍କ ବ୍ରତ। କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କୁ ନିଷ୍ଠାପର ସହ ସେବା କରି ଚର୍ଚ୍ଚାରେ ଥିଲେ। ଏପରିକି କରୋନା ରୋଗୀଙ୍କୁ ଦାଢି କାଟିବା ସହ ସୁସଜ୍ଜିତ କରି ପ୍ରକୃତ ରୋଗୀ ସେବାର ପ୍ରମାଣ ଦେଇ ବେଶ୍ ଚର୍ଚାକୁ ଆସିଥିଲେ।ଆଗାମୀ ଦିନରେ ଶିବାନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ। ଏ ନେଇ ଭାରତୀୟ ନର୍ସିଂ ପରିଷଦ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

Sunil Chandra Nayak

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!