ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର,୨୪/୫/୨୨- ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଯାତ୍ରୀ ସୁରକ୍ଷା କମିଟି ପକ୍ଷରୁ ମନ୍ଦିର ବେଢ଼ା ଠାରୁ ଆରମ୍ଭ କରି ରାସ୍ତା ଏବଂ ରାସ୍ତାର ଚାରିପାଖରେ ଦୈନଦିନ ଆସୁଥିବା ହଜାର ହଜାର ପର୍ଯ୍ଯଟନ ଏବଂ ସେମାନଙ୍କ ଦ୍ୱାରା ପକାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଯୁକ୍ତ ଆବର୍ଜନା ଗୁଡିକୁ ଏକାଠିକରି ସମାଜସେବୀ ମୋନରଞ୍ଜନ ଦାସ ଓ ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା ମଞ୍ଚର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତରେ ସେଗୁଡିକୁ ପୋଡ଼ି ଦିଆଯାଇଛି । ଏବଂ ସମସ୍ତ ଯାତ୍ରୀ ଓ ପର୍ଯ୍ୟଟନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଥିଲା । ପଞ୍ଚଲିଙ୍ଗେଶ୍ଵରର ପ୍ରାକୃତିକ ସୌନ୍ଦର୍ଯ୍ୟ କରଣକୁ ଦୃଷ୍ଟିରେ ରଖିଏ ସବୁ କରାଯାଇଥିଲା ଏବଂ ଆଗାମୀ ଦିନରେ ଅସାମାଜିକ କାମ ଘଟାଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶାବାଡ କରିବା ଉଦ୍ଦେଶ୍ୟରେ ପଞ୍ଚଲିଙ୍ଗେଶ୍ଵର ଦୋକାନୀ ଓ ଯାତ୍ରୀ ସୁରକ୍ଷା କମିଟି ଗଠନ କରାଯାଇଛି । ଅନେକ ସମୟରେ ଅସୁବିଧାରେ ପଡ଼ୁଥିବା ଯାତ୍ରୀଙ୍କୁ ସୁରକ୍ଷା ସେବା ଓ ପଞ୍ଚଲିଙ୍ଗେଶ୍ଵରର ବିକାଶ ପାଇଁ ଏ କମିଟି ଗଢା ଯାଇଛି । ତେବେ କମିଟି ଏବଂ ଦୋକାନୀଙ୍କର ଏ ପରି ମହତ ଉଦ୍ଦେଶ୍ୟକୁ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ବେଶ୍ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି କମିଟି ସଦଶ୍ୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଯାତ୍ରୀ ସୁରକ୍ଷା କମିଟିର ସଭାପତି ସୁରେନ୍ଦ୍ର ଦାସ, ସମ୍ପାଦକ ସିଦ୍ଧାର୍ଥ ସେଠୀ, ରମଣୀ ରଂଜନ ଦାସ,ଗୌତମ ବେଜ, ପ୍ରଶାନ୍ତ ବିଶ୍ଵାଳ, ରଞ୍ଜନ ପରିଡା, ବାସୁଦେବ ଜେନା, ବିନୋଦ ସେଠୀ, ଗୋବିନ୍ଦ ଦାସ, ମନୋଜ ପଣ୍ଡା, ଅନିଲ ସେଠୀ, କରୁଣାକର ବେହେରା, କମଳାକାନ୍ତ ସେଠୀ, ରାଜେନ୍ଦ୍ର ବେହେରା, ସାବିତ୍ରୀ ସିଂ, ସନ୍ତୋଷ ବାରିକ୍  ଶଙ୍କର୍ଷଣ ଜେନା, ଦିବାକର ସ୍ୱାଇଁ, ହରିହର ସେଠୀ, ରାଜେଶ ମହାପାତ୍ର, ଦାମୋଦର ଲେଙ୍କା, ସୀତାନଥ ପାତ୍ର, ସୀତାଂଶୁ ସେଠୀ, ସନାତନ ସେଠୀ, ଭୀମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ,

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

Sunil Chandra Nayak

Leave a Comment

error: Content is protected !!