ମୟୂରଭଞ୍ଜ ୯/୭/୨୨ (ମସିହା) ପବିତ୍ର ରାଇରଙ୍ଗପୁର ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅବସରରେ ଶନିବାର ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପୂଜା ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ଅନ୍ୟ ପୂଜକଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ୧୨ ଟା ବେଳକୁ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା ।ଘଣ୍ଟ,ମାଦଳ, ହୁଳହୁଳି , ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଓ ଭାବମୟ ହୋଇଥିଲା ମାଉସୀ ମା’ମନ୍ଦିର ପ୍ରାଙ୍ଗଣ । ହଜାର ହଜାର ଶ୍ରଦ୍ଧାଳୁ ରାଇରଙ୍ଗପୁର ଆଖପାଖ ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଡୁ ଛୁଟି ଆସିଥିଲେ ମହିପ୍ରଭୁଙ୍କ ପହଣ୍ଡି ବିଜେ ଓ ବାହୁଡା଼ ଯାତ୍ରା ଦେଖିବାକୁ, ରଥରେ ଦଉଡ଼ି ଟାଣିବାକୁ ଏବଂ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ । ଶନିବାର ସକାଳୁ ରାଇରଙ୍ଗପୁର ସହର ଲୋକାରଣ୍ୟ ହୋଇ ଉଠିଥିଲା । ପ୍ରବଳ ଲୋକ ସମାଗମ ଓ ଭକ୍ତଙ୍କ ଦିନ ତମାମ ରହଣିରେ କଷ୍ଟ ଲାଘବ ପାଇଁ ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା, ରାଇରଙ୍ଗପୁର ଶାଖା’ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ଥାନୀୟ ପିସିଏମ ଭବନ ନିକଟରେ ଦିନ ତମାମ ମାଗଣା ଅନ୍ନ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅଧିବକ୍ତା ପ୍ରଭାସ କବି, ସଂପାଦକ ଅଶ୍ବିନୀ ପଣ୍ଡା,ଦେବ ନନା,ଧୀରେ ପଣ୍ଡା, ଦେବବ୍ରତ ରଥ ମହାପାତ୍ର,ମୋତିଲାଲ ଶତପଥୀ ପ୍ରସନ୍ନ ଷଡଙ୍ଗୀ,ଆଲୋକ ମିଶ୍ର,ସତ୍ୟ ରଂଜନ ମହାପାତ୍ର,ମାନସ ଓତା,ଧୃଜଟି ଓତା, ରତିକାନ୍ତ ପରୀକ୍ଷା,ଗଣେଶ ଦାସ, ସୁଶାନ୍ତ ପରିଛା,ଦିଲିପ ଷଡ଼ଙ୍ଗୀ,ଅର୍ଦ୍ଧେନ୍ଦୁ ରଥ,କଟି ପଣ୍ଡା,ବୀରେଶ କବି,ବିଜୟ ମିଶ୍ର,କ୍ଷୀରୋଦ ତ୍ରିପାଠୀ,ଉତ୍ତମ ପଣ୍ଡା ସମେତ ବହୁ ସଭ୍ୟ ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ । ସେହିଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଛି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ
