କାମାକ୍ଷାନଗର (ମ.ନି.ସ.) ୦୫/୧୦_ ଭାରତ ର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଜନ୍ମ ଏବଂ ପୁଣ୍ୟ ତିଥିକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧ ସପ୍ତାହ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜନ ସଚେତନ ଯାତ୍ରା ବାଜିରାଉତଙ୍କ ଜନ୍ମସ୍ଥାନ ଭୁବନ ବ୍ଲକ ନୀଳକଣ୍ଠପୁର ଠାରୁ ଆରମ୍ଭ ହୋଇଛି l ଏକ ଚାରିଚକିଆ ଯାନର ଚତୁର୍ପାଶ୍ୱରେ ଆପ୍ ର ଦିଲ୍ଲୀ ମଡେଲକୁ ଲିପିବଦ୍ଧ କରି ଜିଲ୍ଲାର ପ୍ରତ୍ୟେକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି l ପ୍ରଥମ ଦିନ ବାଜିରାଉତଙ୍କ ପିଲା ଦିନର ସାଙ୍ଗ କାହ୍ନୁଚରଣ ମଲିକ ଶହୀଦ ବାଜିରାଉତଙ୍କ ଖେଳିବା, ବୁଲିବା କଥା ମାନେ ପକାଇ ଆଖିରୁ ଦୁଇ ଧାର ଲୁହ ବୁହାଇ ଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ, ଉପସଭାପତି ପର୍ଶୁରାମ ମହାଭୋଇ, ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ଇଂ ପିତାମ୍ବର ଦାସ ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ l ଯାତ୍ରାର ସଂଯୋଜକ ଭାବେ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଓ ଯୁବ ଉପସଭାପତି ବିଭୁତି ପ୍ରଧାନଙ୍କ ସହିତ ଅନିଲ ସାମଲ, ଚୈତନ୍ୟ ମହାରଣା, ମଧୁସୂଦନ ମଲିକ, କୃଷ୍ଣଚନ୍ଦ୍ର ମିଶ୍ର, ନିରାକାର ସାହୁ, ପ୍ରହ୍ଲାଦ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି l ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳର ସମସ୍ତ ପଞ୍ଚାୟତରେ ଏହି ଯାତ୍ରା ପହଂଚିବ ଏବଂ ବାଜିରାଉତଙ୍କ ଶହୀଦ ଦିବସ ଆସନ୍ତା ୧୧ ତାରିଖ ଦିନ ବାଜିଚୌକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଉଦଯାପନୀ ସମାରୋହ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ଦୁର୍ନୀତି ଓ ଭ୍ରଷ୍ଟାଚାରର ମୁଳୋତ୍ପାଟନ କରି ନୂତନ ଓଡିଶା ଗଢିବାପାଇଁ ଦଳରେ ଯୋଗଦାନ କରିବା ଓ ଯାତ୍ରାକୁ ସଫଳ କରିବାପାଇଁ ଜିଲ୍ଲା ଆବାହକ ଶ୍ରୀ ନାୟକ ଜିଲ୍ଲାର ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଛନ୍ତି ।
କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍