ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଏ ଡି ଏମ ଭାସ୍କର ରଇତ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ , ଡି ଇ ଓ ପ୍ରଦୀପ କୁମାର ନାଗ, ବିଦ୍ୟାର୍ଥୀ କଲେଜ ର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଗୋଟି ବ୍ଲକ ର ମାଧ୍ୟମିକ ଶିକ୍ଷା ପରିଷଦର ମୋଟ ୮୮ ଜଣ ଓ ସି ବି ଏସ ସି ବୋର୍ଡ ର ୪ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ମୁମେଣ୍ଟଓ ପ୍ରଦାନ କରି ସମର୍ଧନା କରିଥିଲେ । ଏହି ଅବସର ରେ ଜିଲ୍ଲାପାଳ ନିଜକୁ ନିଜର ଦୋଷ ଦୁର୍ବଳତା ଓ ତ୍ରୁଟିର ସମୀକ୍ଷା କଲେ ସଫଳତା ମିଳିବ ବୋଲି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେଭଳି ଚଳିତ ମାଟ୍ରିକ ପରୀକ୍ଷା ଫଳରେ ସଫଳତା ପାଇଥିବା ଛାତ୍ର ଛାତ୍ରୀଙ୍କୁ ଉଛାହିତ କରିବା ସହିତ ଶିକ୍ଷକ ଓ ଅଭିଭାବକଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲଙ୍କ ସମେତ ଶିକ୍ଷାବିତ ବିଜୟ ଚୌଧରୀ, ଡ ବିଜୟ ମିଶ୍ର ଯୋଗ ଦେଇଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ମସୀହା ନିୟୁଜ।

 

Related posts

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

Sunil Chandra Nayak

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ରାଉରକେଲା ରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବି

Sunil Chandra Nayak

Leave a Comment

error: Content is protected !!