ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଏ ଡି ଏମ ଭାସ୍କର ରଇତ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ , ଡି ଇ ଓ ପ୍ରଦୀପ କୁମାର ନାଗ, ବିଦ୍ୟାର୍ଥୀ କଲେଜ ର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଗୋଟି ବ୍ଲକ ର ମାଧ୍ୟମିକ ଶିକ୍ଷା ପରିଷଦର ମୋଟ ୮୮ ଜଣ ଓ ସି ବି ଏସ ସି ବୋର୍ଡ ର ୪ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ମୁମେଣ୍ଟଓ ପ୍ରଦାନ କରି ସମର୍ଧନା କରିଥିଲେ । ଏହି ଅବସର ରେ ଜିଲ୍ଲାପାଳ ନିଜକୁ ନିଜର ଦୋଷ ଦୁର୍ବଳତା ଓ ତ୍ରୁଟିର ସମୀକ୍ଷା କଲେ ସଫଳତା ମିଳିବ ବୋଲି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେଭଳି ଚଳିତ ମାଟ୍ରିକ ପରୀକ୍ଷା ଫଳରେ ସଫଳତା ପାଇଥିବା ଛାତ୍ର ଛାତ୍ରୀଙ୍କୁ ଉଛାହିତ କରିବା ସହିତ ଶିକ୍ଷକ ଓ ଅଭିଭାବକଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲଙ୍କ ସମେତ ଶିକ୍ଷାବିତ ବିଜୟ ଚୌଧରୀ, ଡ ବିଜୟ ମିଶ୍ର ଯୋଗ ଦେଇଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ମସୀହା ନିୟୁଜ।

 

Related posts

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

Sunil Chandra Nayak

ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ପାଳନ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ତ୍ରିନାଥ ପଟ୍ଟନାୟକ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!