ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା ଟିର୍ଲୀଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱହେପାଟାଇ ଟିସ୍ ଦିବସ ପାଳନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଂଗପୁର ଏବଂ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ସଭାପତିତ୍ୱ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା। ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥଲେ।ମୁଖ୍ୟ ବକ୍ତା ଭାବେ ଡ ମଳୟ କୁମାର ତ୍ରିପାଠୀ ଡି ପିଏଚଓ ନବରଂଗପୁର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ହେପଟାଇଟିସ ରୋଗ ର ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ ବକ୍ତା ଭାବେ ହନୁମନ୍ତ ମାଝୀ ଏଡିପିଏଚସିଓ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ କିଭଳି ସତର୍କତା ଅବଲମ୍ବନ କରିବେ, ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏପିଡମିଓଲୋଜିଷ୍ଟ ଡ ଶିଳ୍ପୀ ଦାସ ଏଵଂ ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଧେନ୍ଦୁ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପରିବେଷଣ କରିଥିଲେ । ଅନ୍ତିମ ପର୍ଯ୍ୟାୟ ରେ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ବିଶେଷଜ୍ଞ ଙ୍କ ଦ୍ଵାରା ଦିଆଯାଇ ଥିଲା। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ ଓ ରବୀନ୍ଦ୍ର ମାଳି ଯୋଗଦେଇ ଥିଲେ। ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ମସୀହା ନିୟୁଜ।

Related posts

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ସିକେରକୁପା ଠାରେ ଏଫ/୬୪ ବାଟାଲିଆନ ପକ୍ଷରୁ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଣି କରୋନା: ୨୪ ଘଣ୍ଟାରେ ଦେଶରୁ ୩,୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Leave a Comment

error: Content is protected !!