ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ମଙ୍ଗଳ,ରାସୋଳ ତରଫରୁ ତ୍ରିରଙ୍ଗା ପଦଯାତ୍ରା

ଢ଼େଙ୍କାନାଳ -: ୭୫ ତମ ସ୍ବାଧୀନତା ର ଅମୃତ ମହୋତ୍ସବ ଅଦ୍ଯ ୧୩.୦୨.୨୨ରିଖ ଶନିବାର ସକାଳ ୯ ଘଟିକା ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ର ସମସ୍ତ ସେବକ ସେବିକା ମାନଙ୍କୁ ନେଇ ଏକ ତ୍ରିରଙ୍ଗା ପଦଯାତ୍ରା ନାଉକିଆରି ଠାରୁ ଆରମ୍ଭ ହୋଇ ରାସୋଳ ବଜାର ପର୍ଯ୍ୟନ୍ତ ହୋଇ ଥିଲା।ଏକତା ର ରଜ୍ଜୁ ରେ ସମସ୍ତେ ବାନ୍ଧି ହୋଇ ଦେଶ ସେବା ପାଇଁ ଉତ୍ସର୍ଗୀକୃତ ହେବା ଓ ଜନ ସାଧାରଣ ଙ୍କ ମନରେ ଦେଶ ପ୍ରେମ ଜାଗରଣ କରିବା ଏହାର ଏକ ମାତ୍ର ଲକ୍ଷ୍ୟ।  ଉକ୍ତ ପଦଯାତ୍ରା ରେ ନାଉକିଆରି ସ୍କୁଲ୍ ର ଛାତ୍ର ଛାତ୍ରୀ ତଥା ସନରାଇଜ କ୍ଲବ ର ସଦସ୍ୟ ତଥା ରାସୋଳ ର ଗ୍ରାମବାସୀ, ରାସୋଳ ହାଇସ୍କୁଲ ର ଛାତ୍ର ଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ,ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଉତ୍ସାହ ର ସହ ଯୋଗଦାନ କରି ପଦଯାତ୍ରା କୁ ସାଫଲ୍ଯ ମଣ୍ଡିତ କରିଥିଲେ।ସାମ୍ବାଦିକ ଭାଇ ତଥା ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସାରା ରାସୋଳ ଉତ୍ସବ ମୁଖରିତ ହୋଇ ଉଠିଥିଲା।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ବାତ୍ୟା ଅସାନି: ୧୦ ତାରିଖରେ ପୁରୀ ଠାରୁ ୧୦୦ କିମି ଦୂର ଦେଇ କରିବ ଅତିକ୍ରମ…..ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

ସାହିତ୍ୟ ଅଗଣା – ସର୍ବ ସଂହ। ମାତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

Leave a Comment

error: Content is protected !!