ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ମଙ୍ଗଳ,ରାସୋଳ ତରଫରୁ ତ୍ରିରଙ୍ଗା ପଦଯାତ୍ରା

ଢ଼େଙ୍କାନାଳ -: ୭୫ ତମ ସ୍ବାଧୀନତା ର ଅମୃତ ମହୋତ୍ସବ ଅଦ୍ଯ ୧୩.୦୨.୨୨ରିଖ ଶନିବାର ସକାଳ ୯ ଘଟିକା ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ର ସମସ୍ତ ସେବକ ସେବିକା ମାନଙ୍କୁ ନେଇ ଏକ ତ୍ରିରଙ୍ଗା ପଦଯାତ୍ରା ନାଉକିଆରି ଠାରୁ ଆରମ୍ଭ ହୋଇ ରାସୋଳ ବଜାର ପର୍ଯ୍ୟନ୍ତ ହୋଇ ଥିଲା।ଏକତା ର ରଜ୍ଜୁ ରେ ସମସ୍ତେ ବାନ୍ଧି ହୋଇ ଦେଶ ସେବା ପାଇଁ ଉତ୍ସର୍ଗୀକୃତ ହେବା ଓ ଜନ ସାଧାରଣ ଙ୍କ ମନରେ ଦେଶ ପ୍ରେମ ଜାଗରଣ କରିବା ଏହାର ଏକ ମାତ୍ର ଲକ୍ଷ୍ୟ।  ଉକ୍ତ ପଦଯାତ୍ରା ରେ ନାଉକିଆରି ସ୍କୁଲ୍ ର ଛାତ୍ର ଛାତ୍ରୀ ତଥା ସନରାଇଜ କ୍ଲବ ର ସଦସ୍ୟ ତଥା ରାସୋଳ ର ଗ୍ରାମବାସୀ, ରାସୋଳ ହାଇସ୍କୁଲ ର ଛାତ୍ର ଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ,ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଉତ୍ସାହ ର ସହ ଯୋଗଦାନ କରି ପଦଯାତ୍ରା କୁ ସାଫଲ୍ଯ ମଣ୍ଡିତ କରିଥିଲେ।ସାମ୍ବାଦିକ ଭାଇ ତଥା ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସାରା ରାସୋଳ ଉତ୍ସବ ମୁଖରିତ ହୋଇ ଉଠିଥିଲା।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଖଡ୍ଗ ଭବନର ସୌନ୍ଦର୍ଯ୍ୟ କରଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

ଖଡ଼ିଆଳରେ ଜାନ ର ଜରୁରୀ ବୈଠକ: ଜାନ ସଭାପତିଙ୍କ ବହିଷ୍କାର ପ୍ରସ୍ତାବ ଗୃହିତ

Sunil Chandra Nayak

Leave a Comment

error: Content is protected !!