ଜଗନ୍ନାଥ ଜଣାଣ
ରସିକ ନାଗର କାଳିଆ ଠାକୁର
ଦୁଃଖି ଜନ ଦୁଃଖ ପସରା
ତୋର କୃପାବଳେ ମାଟି ହୁଏ ସୁନା
ବିନା ସୁରେ ଲାଗେ ବେସୁରା ।
ବଡ଼ ଦିଅଁ ବଡ଼ ଠାକୁର ବୋଲିତ
ଜଗତେ ପଡ଼ିଛି ହୁରି
ଭକତିର ଡୋରୀ କେବେ ଯେ ଲାଗିବ
ଯିବି ମୁଁ ଶ୍ରୀକ୍ଷେତ୍ର ପୁରୀ ।
ତୋ ଦରଶନ ପାଇ ଲଭିଅଛି ମନ
ଏ ସଂସାର ଲାଗେନି ଭଲ
ମିଛ ମାୟା ନର୍କେ ପଡ଼ି ହୁଏ ଘାଣ୍ଟି
ମୁକ୍ତି କର ଠାରୁ ଭେଲ ।
କରୁଣା ସାଗର ଦୟାର ବାରିଧି
ଗ୍ରୀଷମେ ଶୀତଳ ଚନ୍ଦନ
ବସନ୍ତ ମଳୟ ଦିଏ ମନେଶାନ୍ତି
ସଦା କରେ ତୁମ ପୂଜନ ।
କାଳିଆ ଠାକୁର ଭାବର ଠାକୁର
ଭାବେ ବନ୍ଧା ବୋଲି ହୁଅ ନିଜର
ତୁମ ନାମ ଗାଇ ,ତୁମ ଧାମେ ରହି
ଯାଉ ଏ ଜୀବନ ମୋର ।
ଶ୍ରୀନିବାସ ପଣ୍ଡା
ଗଞ୍ଜାମ ।