ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

 ବିଜୟ କୁମାର ଜେନା

 

ବିଶ୍ଵ ଦରବାରେ ପ୍ରତିଷ୍ଠା ଲଭିଛି

       ଆଧ୍ୟାମ୍ପିକ ଗୁରୁ ନାମେ

ଭାରତର ମାଟି କାନନ ସକଳ

        ପୂତ ପବିତ୍ର ଧାମେ।

ଯେତେ ଭାରତୀୟ ସେତିକି ଦେବତା

      ବିଶ୍ଵ କଲ୍ୟାଣ ନିମନ୍ତେ

ନିଜ ନିଜ ଚେଷ୍ଟା ଅବ୍ୟାହତ ରଖି

        କାଳ କାଟୁଛନ୍ତି ହିତେ।

ଭୂମି ଠାରୁ ଭୁମା ସାଗର ତଟିନୀ

     ଯେତେ ରହିଛନ୍ତି ପୂରି

ସବୁଠି ଦେଖଇ ଇଶ୍ଵର ମହିମା

     ଧରମ କରମ ଭାରି।

ବିଭିନ୍ନତା ମଧ୍ୟେ ଏକତା ରହିଛି

        ମତ ଭିନ୍ନ ପଥ ଏକ

ଶାନ୍ତି ଅହିଂସାର ପ୍ରତୀକ ସ୍ୱରୂପ

         ମାନରେ ରଖିଛି ଟେକ।

ମହାଭାରତୀୟ ଚେତନାରେ ଅଛି

        ଏକ ବ୍ରହ୍ମ ପରମତ୍ମା

ସମସ୍ତେ ଏଠାରେ ଭଲରେ ରୁହନ୍ତୁ

        ଏକ ସ୍ଵର ଏକ ମାଆ

ମାଟି ନୁହେଁ ସେତ ଭାରତ ଜନନୀ

         ସକଳ ଦେଶର ରାହା।

ରାମ ଓ ରହିମ ଅବା ଜଗନ୍ନାଥ

       ଏ ଭାବ ଗଳାର ହାର

ହିମାଳୟ ଠାରୁ କନ୍ୟା କୁମାରିକା

        ବନ୍ଦୁ ଜନନୀ ପୟର।

,

   ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି

 ରଣପୁର

 ନୟାଗଡ଼

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ପୌରୁଷତ୍ବ

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗୋଦାବରୀଶ ମିଶ୍ର

Sunil Chandra Nayak

Leave a Comment

error: Content is protected !!