ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାରଳା ସାଂସ୍କୃତିକ ପରିଷଦର ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା

ରାଉରକେଲା/ ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ବାସନ୍ତୀ ପୂଜା ଅବସରରେ ସାରଳା ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଆର୍ତ୍ତଭଂଜନ ମଲ୍ଲିକଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ବ ତଥା ଉପସଭାପତି ଅଶୋକ କୁମାର ବଳଙ୍କ ମଂଚ ସଂଯୋଜନା ରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି, ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଓ ଅଧ୍ୟାପକ ଡଃ ସଞ୍ଜୟ ହାତୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ସାରଳା ସାହିତ୍ୟ ଆଲୋଚନାରେ ଅଂଶଗ୍ରହଣ କରି ବକ୍ତବ୍ଯ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ଯରେ କହିଲେ ଯେ ଆଦିକବି ସାରଳା ଓଡିଶାରେ ଜନ୍ମ ହୋଇନଥାନ୍ତେ ତେବେ ଆଜି ଆମେ ଓଡିଆ ବୋଲି କହିବା ସମ୍ଭବପର ହୋଇନଥାନ୍ତା। ପ୍ରକୃତରେ ଭାଷାହିଁ ଏକ ଜାତିର ପରିଚୟ। ସାରଳା ଏପରି ବୃତ୍ତାନ୍ତ ସୃଷ୍ଟି କରିଛନ୍ତି ଯେ ଯାହା ଖାଣ୍ଟି ଓଡିଆ ବାସ୍ନା ରେ ମହକିତ। ସେଥିପାଇଁ ସେ ଆମର ଦିଗଦ୍ରଷ୍ଟା ହୋଇ ରହିଛନ୍ତି। ମୁଖ୍ୟ ବକ୍ତା ଡଃ ହାତୀ ସାରଳା ସାହିତ୍ୟରେ ନାଟକର ଉପାଦାନ ଓ ବେଲାଳସେନ ସଂପର୍କରେ ଏକ ବଳିଷ୍ଠ ବକ୍ତବ୍ଯ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ଅନୁଷ୍ଠାନର ଦୀର୍ଘ ବର୍ଷର ଯାତ୍ରା ସଂପର୍କରେ ବକ୍ତବ୍ଯ ରଖିଥିଲେ ଓ ନିକଟ ଭବିଷ୍ୟତରେ ପରିଷଦର ଏକ ପାଠାଗାର ପୂର୍ଣ୍ଣ ରୂପରେଖ ନେବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଭାଷାପ୍ରେମୀ ତଥା କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ଆଦିକବି ସାରଳା ପୁରସ୍କାର, ଅଭିନେତା ନୃସିଂହ ଚରଣ ମହାନ୍ତିଙ୍କୁ ସାରଳା ସମ୍ମାନ ଓ ସମାଜସେବୀ ପ୍ରତିଭା ଦେହୁରିଙ୍କୁ ସାରଳା ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅତିଥିଗଣ ଆଦିକବି ସାରଳା ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା। ସୂଚନା ଯୋଗ୍ୟ ଯେ ସବୁବର୍ଷ ପରି ଚଳିତ ବର୍ଷ ବାସନ୍ତୀ ପୂଜା ସହ ବାଦୀପାଲା ଅନୁଷ୍ଠିତ ହେବ। ଏଥିରେ ଗାୟକ ସାରସ ତପନ କୁମାର ପଣ୍ଡା ତ ଗାୟକ ସୂର୍ଯ୍ୟ ଅରୁଣ କୁମାର ପଣ୍ଡା ଏହି ବାଦୀପାଲାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ରେ ପରିଷଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ଙ୍କ ପାଇଁ ଅଙ୍ଗୁରବାଳା ପରିଡା ଓ ପ୍ରକାଶ ସାହାଣୀ ମାନପତ୍ର ପାଠ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଭୟ କୁମାର ଦାସ,ଡଃ ସୁମନ ଦତ୍ତ, ଜେ.କେ. ମିଶ୍ର, ଆର୍ତ୍ତତ୍ରାଣ ମହାରଣା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ହରିହର ଶତପଥୀ, ଅଭିରାମ ପ୍ରଧାନ, ପ୍ରାକ୍ତନ ସାଧାରଣ ସଂପାଦକ ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବାଇକରେ ଗଞ୍ଜେଇ ଚାଲାଣ ବେଳେ 2ଗିରଫ

Sunil Chandra Nayak

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

Sunil Chandra Nayak

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

Leave a Comment

error: Content is protected !!