ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ବୈଠକ

 ନୂଆପଡା,-: ଖଡିଆଳ ବ୍ଲକ ଅନ୍ତର୍ଗତ ଓମ ଖାସବାହାଲ ଉଚ୍ଚ ବିଦ୍ଯାଳୟ ବଙ୍କାପୁର ଠାରେ ଓଡିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଖଡିଆଳ ବ୍ଲକ ଶାଖାର ଏକ ଗୁରୁତ୍ୱପୂର୍ଣ ବୈଠକ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ଦେବାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଷ୍ଠା ଜିଲ୍ଲା ସମ୍ପାଦକ ରବିନ୍ଦ୍ରନାଥ ଯୋଷୀ ,ଶିକ୍ଷକ ଡ. ସୁଶାନ୍ତ କୁମାର ବିଶି ,ସିନାପାଲି ବ୍ଲକ ଓଷ୍ଟା ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ପ୍ରମୂଖ ମନଞ୍ଚାସୀନ ଥିଲେ । ଶିକ୍ଷକ ଦିଲିପ କୁମାର ନାଏକ ମଞ୍ଚାସୀନ ଅଧିକାରୀଙ୍କୁ ମଞ୍ଚକୁ ଅମନ୍ତ୍ରଣ କରିଥିବା ବେଳେ ଓଷ୍ଟା ବ୍ଲକ ସମ୍ପାଦକ ଭରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଅଭିଭାଷଣ ପ୍ରଦାନ କରିବା ସହମତ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।ଏହି ବୈଠକରେ ଓଷ୍ଟା ଦ୍ୱାରା ପରିଚାଲିତ ଓଷ୍ଟା ପ୍ରତିଭା ଚୟନ ପରୀକ୍ଷା (OTSE),ବ୍ଲକ ସ୍ତରୀୟ ଶିଶୁ ଉତ୍ସବ, ସଭ୍ଯସଂଗ୍ରହ ଅଭିଯାନ ଇତ୍ଯାଦି ସହିତ ଶିକ୍ଷକ ମାନଙ୍କ ସପ୍ତମ ବେତନ ଓ ଅନ୍ଯାନ୍ଯ ସମସ୍ଯା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଖଡିଆଲ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ଯାଲୟ ଖୁଦପେଜ ଠାରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଆୟୋଜନ ପାଇଁ ନିସ୍ପତି ନିଆଯାଇଥିଲା । ଏହି ବୈଠକରେ ଶିକ୍ଷକ ଚିତ୍ତରଂଜନ ଦୂବେ , ଜାର୍ଦ୍ଦନ ସ୍ୱାଇଁ ପରମେଶ୍ବର କଠାର ,ଗୋଲାପ ସାହୁ , ଉଦ୍ଧବ ମେହେର , ପୁରନ୍ଦର ସୁନାନୀ ,ପ୍ରଦୀପ କୁମାର ମେହେର ,ଦେବରାଜ ସ୍ୱଇଁ, ନେହେରୁଲାଲ ବେହେରା ପ୍ରମୂଖ ବିଭିନ୍ନ ବିଦ୍ଯାଳୟର ଶିକ୍ଷକ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଖଡିଆଳ ବ୍ଲକ ଓଷ୍ଟା ସଂଘକୁ ସୁଦ୍ରୁଡ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

ଭାରସାମ୍ୟ ଓଲଟିଲା ଆଲୁମିନିୟମ ବୋଝେଇ କଣ୍ଟେନର, ୧୨ ଘଣ୍ଟା ହେଲା ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!