ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

ଗୋଳାମୁଣ୍ଡା/୧୪/୭/ମସିହା/ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମରେ । ଗତଦୁଇ ଦିନର ଲଗାଣ ବର୍ଷା ରେ ପ୍ରାୟ 10 ରୁ 20 ଏକର ଚାଷ ଜମି ଜଳ ମୟ ହେଇଛି,ତତ ସହିତ ଜଳମୟ ସହ ବ୍ରିଜ ତଳେ ଥିବା ମାଟି ଚାଷୀଙ୍କ ଜମିରେ ଥିବା ଫସଲରେ ପୋତି ହେବାରୁ ନିରୀହ ଗରୀବ ଚାଷୀଙ୍କ ମୁଣ୍ଡରେ ଚିନ୍ତାର କାରଣ ପାଲଟିଛି , କାରଣ ଖମାର ହଳଦୀ ନିକଟରେ ଥିବା ତେଲନଦୀ ବିଜୁ ଏକ୍ସପ୍ରେ ରାସ୍ତାରେ ଏକ ବ୍ରିଜ ତିଆରି ହୋଇଥିଲା, ବ୍ରିଜ ତଳେ ମାଟି ପ୍ରଚୁର ଜମା ଥିବାରୁ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ମାଟି ଉଠାଇ ନଥିବାରୁ ବଢି ପାଣି ମାଡ଼ି ଯିବା ଦ୍ୱାରା ସେହି ମାଟି ଚାଷୀଙ୍କ ଜମିରେେ ପୋତି  ହେବାରୁ ଚାଷ ନଷ୍ଟ ହୋଇ ଥିବା ଯୋଗୁଁ ଚାଷୀ ଙ୍କ  ଏକର ଏକର ଚାଷଜମିରେ ଫସଲ ନଷ୍ଟ ହେବାର ଲାଗିଛି । ଏହି ଚାଷ କରିବା ପାଇଁ କିଏ କି ପରି ଭାବେ ଋଣ ଆଣିଛନ୍ତି ତ୍ କିଏ ବ୍ୟାଙ୍କ୍ ଋଣ ଆଣିଛନ୍ତି ତୋ କିଏ ସୁନା ବନ୍ଦକ କରି ଋଣ ଆଣିଛନ୍ତି। ଚାଷ ଭରସା ନେଇ ଋଣ ଆଣିଥିବା ବେଳେ ଏବେ ପାଣି ରେ ନଷ୍ଟ ହେଇଗଲାଣି ଚାଷ ସବୁ । ଚାଷୀ ମାନେ ଏବେ ଚିନ୍ତାରେ କେମିତି ଋଣ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ ହେବ। ତୁରନ୍ତ ଏହାର ତଦନ୍ତ କରି ସରକାର ଙ୍କ ତରଫରୁ କ୍ଷତି ପୂରଣ ଦେବା ପାଇଁ ସମ୍ପୃୃକ୍ତ ଚାଷୀ ମାନେ    ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ଵାରା ଦାବି କରିଛନ୍ତି , ଯଦି ସରକାର ଆମ୍ଭର ଦାବି ପୂରଣ ନ କରନ୍ତି ତାହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ମତ ପ୍ରକାଶ କରିଛନ୍ତି ,ଏହି ସମୟରେ ଖମାର ହଳଦୀ ଗ୍ରାମପଞ୍ଚାୟତ ର ସମିତିସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିନେଶ କୁମାର ରାଉତ ଉପସ୍ଥିତ ରହି ଚାଷୀଙ୍କସହ ସମବେଦନା ଜଣାଇବା ସହିତ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସମ୍ପର୍କରେ ରାଜସ୍ୟ ନିରୀକ୍ଷକ ସନ୍ତୋଷ କୁମାର ପଣ୍ଡାଙ୍କ ସହ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ଯେ ପାଣି କମିଳେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ

Leave a Comment

error: Content is protected !!