ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

 କାମାକ୍ଷାନଗର(ମ ନି ସ)୨୭/୧୧_ ସୁସ୍ଥ , ମଜବୁତ ଗଣତନ୍ତ୍ର ପାଇଁ ଭୋଟର ହେବା ଓ ଭୋଟ ଦେବା ଲକ୍ଷ ନେଇ ଭୁବନ ମହିଳା ମହାବିଦ୍ୟାଳୟରେ ଯୁବଭୋଟରଙ୍କୁ ଆକୃଷ୍ଟ କରିବା , ଭୋଟର ସଚେତନା କାର୍ଯ୍ୟକ୍ରମ ରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶାଙ୍କ ନୂତନ ଭୋଟର ସଂଯୋଗ , ତୃଟିସଂଶୋଧନ , ନାମ ଅପସାରଣ , ଭୋଟରକାର୍ଡ଼ ସହ ଅଧାରକାର୍ଡ଼ ସଂଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳଙ୍କ ସଭାପତିତ କରିଥିଲେ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସ୍ନେହ ମୁଦୁଲି ଭୋଟର ହେଲ୍ପଲାଇନ୍ ଓ ଆପ୍ ମାଧ୍ୟମରେ କିଭଳି ଅତି ସହଜରେ ଭୋଟର ପଂଜିକରଣ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ୨୦୨୩ ମସିହା ଜାନୁଆରୀ ୧ , ଅପ୍ରେଲ ୧ , ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହେଇଯାଇଛି ସେମାନେ ବୟସ ପ୍ରମାଣ ପତ୍ର , ବାସସ୍ଥାନ ପ୍ରମାଣ ପତ୍ର ଓ ଗୋଟିଏ ପାସପୋର୍ଟ ଫଟୋ ମାଧ୍ୟମରେ ଭୋଟର ହେଲ୍ପଲାଇନତ୍ୱ , ଆପୁ କିମ୍ବା ଗୁଗୁଲ କ୍ରୋମରେ ଏନ.ଭି.ଏସ ପି ଡ଼ଟ ଇନ ମାଧ୍ୟମରେ ଡ଼ିସେମ୍ବର ୦୮ ତାରିଖ ସୁଦ୍ଧା ଅଗ୍ରୀମ ପଂଜୀକରଣ କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ସମ୍ମାନୀତ ଅତିଥି ଭାବେ ଭୁବନ ମହିଳା ଡ଼ିଗ୍ରୀ ମହାବିନ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିରଞ୍ଜନ ନାୟକ ଧନ୍ୟବାନ ଅର୍ପଣ କରିଥିଲେ ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ରିପୋର୍ଟ୍

Related posts

ରାଇରଙ୍ଗପୁର ଗୋଷ୍ଠୀ ସାଧନ କେନ୍ଦ୍ରରେ ତ୍ରିଦୀବସୀୟ ଭୌତିକ ଚିକିତ୍ସା ଶିବିର ଉଦ୍ଘାଟିତ

Sunil Chandra Nayak

ଡିଲର ଫେଡେରେସନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ଜୟ କୁମାର ମିଶ୍ର ଙ୍କ କବିତା  ଦାଣ୍ଡ ଝରକା, ମଉନସଖା 

Sunil Chandra Nayak

Leave a Comment

error: Content is protected !!