ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ

ନୂଆପଡା/, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚଳାନପଡା ଗ୍ରାମରେ ପାରିବାରିକ କଲହକୁ ନେଇ ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଯୁଧିଷ୍ଠିର ବାରିକ (୩୫) ଓ ସ୍ତ୍ରୀ ସସ୍ମିତା ବାରିକ (୨୭) (ଚଳାନ) ଙ୍କ ମଧ୍ୟରେ ବହୁତ ଦିନ ଧରି ପାରିବାରିକ ସମସ୍ୟାକୁ ନେଇ କଲହ ଲାଗି ରହିଥିଲା । ସୋମବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ସସ୍ମିତାଙ୍କ ମୃତ୍ୟୁ ହୋଇ ଯାଇଥିଲା ହେଲେ ଜ୍ୱାଇଁ ମୃତ ଶରୀରକୁ ଖଡ଼ିଆଳ ମିଶନ ହସ୍ପିଟାଲକୁ ଆଣିଥିଲେ ହେଲେ ଡାକ୍ତର ପୂର୍ବରୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଝିଅ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବାପା କେଶବ ଚଳାନ କାଶୀପଳା ଗ୍ରାମର ଖଡ଼ିଆଳ ଥାନାରେ ତାଙ୍କ ଝିଅ ସସ୍ମିତାକୁ ଜ୍ୱାଇଁ ଯୁଧିଷ୍ଠିର ବାରିକ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ମିଶନ ହସ୍ପିଟାଲରୁ ପୁଲିସ ଶବ ଜବତ କରି ଅଭିଯୋଗକୁ ଭିତି କରି ୫୦୫/୨୨ ଏକ ମାମଲା ରୁଜୁ କରି ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ମଙ୍ଗଳବାର ବଲାଙ୍ଗିରରୁ ବୈଜ୍ଞାନିକ ଦଳ ଆସି ତଦନ୍ତ କରିଥିବା ଜଣାପଡ଼ିଛି । ଜ୍ୱାଇଁ ଯୁଧିଷ୍ଠିର ବାରିକଙ୍କୁ ପୁଲିସ ଅଟକ ରଖିଛି । ଯୁଧିଷ୍ଠିର ଓ ସସ୍ମିତାଙ୍କ ବିଭାହ ୨୦୧୧ ମସିହାରେ ହୋଇ ଥିବାବେଳେ ସେମାନଙ୍କ ଗୋଟିଏ ଏଗାର ବର୍ଷର ପୁଅ ଥିବା ଜଣା ପଡ଼ିଛି । ବୈଜ୍ଞାନିକ ଦଳର ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ତଦନ୍ତ ଅଧିକାରୀ ତାରାକାନ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ପାଳଭୂତ ସାଙ୍ଗେ କଥା

Sunil Chandra Nayak

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘଣ୍ଟମାଳ ସ୍କୁଲ୍ ପରିଦର୍ଶନ

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

Sunil Chandra Nayak

Leave a Comment

error: Content is protected !!