ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଆରଏସଙ୍କ ବିରୋଧରେ ସରପଞ୍ଚ ଦେଇଥିବା ଅଭିଯୋଗ ମିଥ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ମାଝୀଗୁଡା ସମିତି ସହ ୱାର୍ଡ ସଭ୍ୟା ସଭ୍ୟ

ପାପଡାହାଣ୍ଡି,6/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଜିଆରଏସ ଶିବ ନାରାୟଣ ସାହୁଙ୍କ ବିରୋଧରେ ସରପଞ୍ଚ ରାମବତୀ ମାଝୀ ବିଡ଼ିଓ ରଞ୍ଜିତା ମଲିକଙ୍କ ନିକଟରେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ପଂଚାୟତର ସମିତି ସଭ୍ୟ ସହ ୱାର୍ଡ ସଭ୍ୟା ସଭ୍ୟ | ଏ ନେଇ ସମସ୍ତେ ମଙ୍ଗଳବାର ବିଡ଼ିଓ ରଞ୍ଜିତା ମଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ନିବେଦନ କରିଛନ୍ତି | ସୂଚନା ମୁତାବକ ସରପଞ୍ଚ ରାମବତୀ ମାଝୀ ସୋମବାର ବିଡ଼ିଓ ରଞ୍ଜିତା ମଲିକଙ୍କୁ ଭେଟି ଜିଆରଏସ ଶିବ ନାରାୟଣ ସାହୁଙ୍କ ବିରୋଧରେ ଏକ ଦାବିପତ୍ର ଦେଇଥିଲେ | ମଙ୍ଗଳବାର ପଂଚାୟତର ସମିତି ସଭ୍ୟ ରାମ କୃଷ୍ଣ ହରିଜନ ସହ ଯୁଗରାଜ ପୂଜାରୀ, ଗୋବିନ୍ଦ ବିଶୋଇ, ଲଛମା ମୁଦୁଲି, ଜୟନ୍ତୀ ଗୌଡ଼, ନବୀନା ହରିଜନ, ମଙ୍ଗଲଦେଇ ଗୌଡ଼, ଚନ୍ଦ୍ରା ହରିଜନ ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ବିଡ଼ିଓ ରଞ୍ଜିତା ମଲିକଙ୍କୁ ଭେଟି ସରପଞ୍ଚ ଜିଆରଏସ ଙ୍କ ବିରୋଧରେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ଜଣାଇଛନ୍ତି | ଜିଆରଏସ ଶିବ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁଥିବା, ଏମଜୀଏନଆରଇଯିଏସ କାର୍ଯ୍ୟ ସେ କରୁନଥିବା, ମିଥ୍ୟା ଅନଲାଇନ ଡିମାଣ୍ଡ କରୁନଥିବା ନେଇ ବିଡ଼ିଓ ଙ୍କୁ ଦାବି ପତ୍ରରେ ଜଣାଇଥିଲେ | ତାଙ୍କ ବିରୋଧରେ ସରପଞ୍ଚଙ୍କ ସ୍ୱାମୀ ଉଦେଶ୍ୟ ମୂଳକ ଭାବେ ସରପଞ୍ଚ ସହ ମିସି ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

ବିଜେପି ଯୁବମୋର୍ଚ୍ଚା ର ଧାରଣା ପହଞ୍ଚିଲା ତୃତୀୟ ଦିନରେ , ଅନ୍ଵେଷା ଛାତ୍ର ମୃତ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଫୁଲବାଣୀ ଟାଉନ ଥାନାରେ ଦେଲେ ଅଭିଯୋଗ

Sunil Chandra Nayak

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!