ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଇଟାଭାଟିରେ ପୋଡି ହୋଇ ଚାଲିଗଲା ଜୀବନ

କୋକସରା,୦୬/୧୨/୨୪ / ଘଣ୍ଟା ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଖବର ସାମ୍ନା କୁ ଆସିଛି।ସୋମବାର କଳାହାଣ୍ଡି ଜିଲ୍ଲା ଗମ୍ଭାରୀଗୁଡା ସିର୍ଲିଗୁଡା ଗାଁକୁ ଜଣେ ଦାଦନ ଶ୍ରମିକଙ୍କ ଶବ ଫେରିଥିବା ବେଳେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ସିକନ୍ଦରାବାଦ ରେ ହୋଇଥିବା ଖବର ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ଗାଁର ବାଳମତ ସୁନା ଙ୍କ ପୁଅ ସତ୍ୟ ସୁନା(୨୪)। ସେ ମାସେ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପିଠାପଡା ଗ୍ରାମର ଦାଦନ ସର୍ଦ୍ଦାର ସୁଧାନ୍ୟ ସୁନା ର ପ୍ରଲୋଭନରେ ପଡ଼ି ସିକନ୍ଦରାବାଦ ର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ତେବେ ଇଟାଭାଟି ରେ କାମ କରୁଥିବା ବେଳେ ଗତ ଗୁରୁବାର ଇଟାଭାଟି ପାଉଁଶରେ ପୋଡି ଗୁରୁତର ହୋଇଥଲେ। ତାଙ୍କୁ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ରାତି ପ୍ରାୟ ୯ ଘଣ୍ଟା ରେ ପୁଅ ମୃତ୍ୟୁ ହୋଇଥିବା ଶୁଣିବା ପରେ ଯୁଆନ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ଶବ ଆଣିବାକୁ ମୃତକ ଙ୍କ ବାପା ବାଳମତ ସୁନା ଓ ସମ୍ପର୍କୀୟ ଦଶରଥ ଖମାରି ସିକନ୍ଦରାବାଦ ଯାଇଛନ୍ତି। ଘରେ ବୃଦ୍ଧା ମା ଓ ଭାଇ,ଭଉଣୀ ସମେତ ପରିବାର ମୃତ ସତ୍ୟ ର ମୁହଁକୁ ଶେଷଥର ଦେଖିବାକୁ ଅନେଇ ବସିଛନ୍ତି।ପ୍ରକାଶ ଥାଉ କି କୋକସରା ବ୍ଲକ ଅଞ୍ଚଳ ରେ ଶ୍ରମିକ ଙ୍କ ପାଇଁ ରହିଥିବା ମନରେଗା ଯୋଜନା ଦିଗହରା ହୋଇ ପଡ଼ିଥିବା ବେଳେ ନିଜ ଅଞ୍ଚଳରେ କର୍ମ ସଂସ୍ଥାନ ଅଭାବରୁ ପ୍ରତିଦିନ ଅନ୍ୟ ରାଜ୍ୟ ମୁହାଁ ହେଉଛନ୍ତି ବ୍ଲକ ର ଶହ ଶହ ଶ୍ରମିକ। କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତକୁ ବିଗତ କିଛିମାସ ମଧ୍ୟରେ ଆଜିର ଘଟଣା କୁନେଇ ୧୦ ଜଣ ଦାଦନ ଶ୍ରମିକଙ୍କ ଶବ ଫେରିବା ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ସୃଷ୍ଟି ହୋଇଛି।

ମସିହା ନିଉଜ ସର୍ଭିସ୍ 

Related posts

ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଜୀବନବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

Leave a Comment

error: Content is protected !!