ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ଦଳ ମଣ୍ଡେଇ କପ ଫୁଟବଲର ଚମ୍ପିୟାନ

ନବରଙ୍ଗପୁର୍–(ମସିହା) ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣମେଣ୍ଟ ର ଫାଇନାଲରେ ରାଇଘର ଦଳ ସହ ନବରଙ୍ଗପୁର ପୌରପାଳିକା ଦଳ ମଧ୍ୟରେ ଏକ ସଂଘର୍ଷ ପୁର୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି। ଖେଳର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ଶେଷରେ ପେନାଲଟି ରେ ରାଇଘର ଦଳ୪-୨ ଗୋଲରେ ପରାସ୍ତ କରି ମଣ୍ଡେଇ କପ ଚମ୍ପିୟାନ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଉପ ଆରକ୍ଷୀ ଯୁଗଳ ମାଲିକ,ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ଉପ ସଭାପତି ଏମ. ଵାଲା କୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ରିଛା ପ୍ରମୁଖ ଯୋଗ ଦେଇଥିଲେ।ଉକ୍ତ ମ୍ୟାଚ ର ଧାରା ବିବରଣୀ ପ୍ରଭାତ ପଟ୍ଟନାୟକ ଦେଇଥିବାବେଳେ କ୍ରୀଡ଼ା ପରିଚାଳନା ରେ ମନୋରଂଜନ ପ୍ରହରାଜ, ଜେଡ. ହୁସେନ, ବି. ଯୋଗେଶ କୁମାର, ଦେବିଡ଼ ସୁମିତ ସାଧୁ,ଫିରୋଜ ହିଆଲ, ସେକ ସମିରୁଦ୍ଦିନ, ଏସ. କେ. ସମୀର, ମନୋଜ ପୂଜାରୀ, ଗୋପାଳ ପଟ୍ଟନାୟକ, ଅଜୟ ଦାସ, ପ୍ରଣବ ବିଶ୍ୱାଳ, ଅଜିତ ପରିଜା, ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

ସାପ କାମୁଡା ରେ ମହିଳା ମୃତ୍ୟୁ

Sunil Chandra Nayak

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!