ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁଦିବସ ସମାରୋହ …

ଗୁରୁ ହେଉଛନ୍ତି ଆଲୋକ ବର୍ତ୍ତିକା ତଥା ସମାଜ ଗଠନର ସ୍ଥପତି …

 ରାଉରକେଲା/ ଗୁରୁ ହେଉଛନ୍ତି ଆଲୋକ ବର୍ତ୍ତିକା ତଥା ସମାଜ ଗଠନର ସ୍ଥପତି । ଶିଷ୍ୟ ମୁକ୍ତି ନପାଇଲା ପର୍ଯ୍ୟନ୍ତ ଗୁରୁ ମୁକ୍ତି ପାଇପାରିବା ନାହିଁ । ଗୁରୁଙ୍କୁ ପ୍ରାପ୍ତ ହେଲେ ଭଗବାନଙ୍କୁ ପାଇପାରିବା ବୋଲି ଗୁରୁ ଦିବସ ପାଳନ ଅବସରରେ ବକ୍ତା ମାନେ ମତବ୍ଯକ୍ତ କରିଛନ୍ତି । ଗୁରୁଦିବସ ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ତଥା ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଆବାହକତ୍ବରେ ଆୟୋଜିତ ଗୁରୁଦିବସ ସମାରୋହ ଭଞ୍ଜଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି, ବାଣୀବିହାର ର ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଚିତ୍ତରଞ୍ଜନ ପାଢୀ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ବିପିୟୁଟିର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ, ଏନଆଇଟି ର ନିର୍ଦ୍ଦେଶକ କେ ଉମା ମହେଶ୍ଵର ରାଓ, ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା,ଲାଠିକଟା ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା,କୁଆରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ଅଧ୍ୟକ୍ଷତା କରି ବିଧାୟକ ଶ୍ରୀ ତରାଇ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଗୁରୁ ଶିଷ୍ୟ ପରମ୍ପରା ଅତ୍ୟନ୍ତ ପ୍ରାଚୀନ । ପିଲା ମାନଙ୍କର ପ୍ରଥମ ଗୁରୁ ହେଲେ ମା,ବାପା ଓ ଶିକ୍ଷକ ।ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତି ହେଲେ ଭଗବାନଙ୍କ ପ୍ରାପ୍ତି ହୋଇଥାଏ । କାରଣ ଗୁରୁ ହେଉଛନ୍ତି ଆଲୋକ ବର୍ତ୍ତିକା । ସେ ଜ୍ଞାନ ବିତରଣ କରି ମାଗଦର୍ଶନ ଦେଇଥାନ୍ତି । ଏହି ଅବସରରେ ସେ ଉପସ୍ଥିତ ସମସ୍ତ ଗୁରୁ ମାନଙ୍କୁ ସଂକଳ୍ପ ପାଠ କରାଇଥିଲେ ।ମୁଖ୍ୟଅତିଥି ଡଃ ମହାପାତ୍ର କହିଲେ ଯେ ଶିକ୍ଷକ ଜୀବନକୁ ତିଆରି କରିଥାନ୍ତି । ଜ୍ଞାନ ଆହରଣ ଓ ଭଲପାଇବା ର କୌଣସି ସୀମା ସରହଦ ନଥାଏ। ଶ୍ରେଷ୍ଠ ଶିକ୍ଷକ ଭଲ ମାଗଦର୍ଶନ ଦେଇଥାନ୍ତି । ସେହିପରି ଶିକ୍ଷକ ମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନର ମାଧ୍ୟମ ହୋଇଥାନ୍ତି । ମୁଖ୍ୟବକ୍ତା ପ୍ରଫେସର ଡଃ ପାଢୀ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଛାତ୍ରଙ୍କ ଉତ୍ତରଣରେ ଶିକ୍ଷକ କେବେ ଇର୍ଷା ପରାୟଣ ହୁଏନାହିଁ । ପ୍ରକୃତ ଶିକ୍ଷକ କେବେ ଜ୍ଞାନ ବାଣ୍ଟିବା ବନ୍ଦ କରେନାହିଁ । ସଂପ୍ରତି ସଂସ୍କୃତିର ଅବମୂଲ୍ୟାୟନ ହେଉଛି। ଶିକ୍ଷକଙ୍କ କାମ ଜ୍ଞାନ ଦେବା। ସୂଚନା ନୁହେଁ । ଜ୍ଞାନ ହିଁ ପ୍ରଜ୍ଞା । ଯେଉଁଦିନ ଠାରୁ ସରକାର ଶିକ୍ଷାନୁଷ୍ଠାନ କୁ ଦଣ୍ଡମୁକ୍ତ କଲେ ସେହିଠାରୁ ଶିକ୍ଷା ଅବମୂଲ୍ୟାୟନ ହେଲା। ବିଭିନ୍ନ ଉଦାହରଣ ଦେଇ କହିଲେ ଯେ ସଂପ୍ରତି ଡାଡି ମମିର ଆହ୍ଲାଦିତ ମଧ୍ୟରେ ମା ବୋଉ ବାପା ହଜିଗଲେଣି। ମା ର ଆଶୀର୍ବାଦ ମିଳିଲେ ପିଲା ଭଗବାନ ହୋଇଯାଏ । ଆଚରଣ ଓ ଉଚ୍ଚାରଣରେ ବୈଷମ୍ୟ ରହିଲେ ଶିକ୍ଷାର ଅଗ୍ରଗତି ହୋଇପାରିବନାହିଁ। ଅନ୍ୟ ଅତିଥି ପ୍ରଫେସର ତ୍ରିପାଠୀ,ପ୍ରଫେସର ରାଓ,ଶ୍ରୀ ପ୍ରଧାନ, ଜିଲ୍ଲା ବିଭିନ୍ନ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜେନା, ଶ୍ରୀ ସା, ଶ୍ରୀ ପ୍ରଧାନ ଏହି ଅବସରରେ ବକ୍ତବ୍ଯ ରଖିବା ସହ ସେମାନଙ୍କ ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସୁଧୀର ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭ୍ୟର୍ଥନା କମିଟି ତରଫରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ବଜ୍ରପାତରେ ବଳଦର ମ୍ରୁତ୍ୟୁ

Sunil Chandra Nayak

ବର୍ଷା କାରଣରୁ ବାତିଲ ହେଲା ଅଲ ଇଣ୍ଡିଆ ଏନ ସି ସି ପର୍ବତାରୋହଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!