ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ପ୍ରେମ ଦୀପ ଜାଳି ଦେବା

 ଆସ ପ୍ରେମ ଦୀପ ଜାଳି ଦେବା

    ପ୍ରତାପ କିଶୋର ରାଉତ

ପ୍ରେମର ପ୍ରଦୀପ ଜାଳିଦେବା ଆସ
      ଏ ହୃଦୟ ମନ୍ଦିରରେ
ଜ୍ୟୋତିର୍ମୟ ହେବ ଏହି ଦିବ୍ୟ ତନୁ
      ସ୍ନେହ ପ୍ରେମ ପୁଲକରେ ।
ଅସୂୟା ଅନୀତି କ୍ରୋଧ ଅହଂକାର
      ବିରାଜଇ ହୃଦୟରେ
ତଥାପି ମଣିଷ ଦୀପ ଟିଏ ଜାଳି
      ସୁଖ ଶାନ୍ତି ଆଶା କରେ ।
ଅଶାନ୍ତ ଅନଳେ ଜୀବନ ଜଳୁଛି
    ସୁଖ ଯେ ସାତ ସପନ
ଅନ୍ୟର ସୁଖ ଯେ ଅସହ୍ୟ ହୁଅଇ
     ଭାଙ୍ଗୁନାହିଁ ଅଭିମାନ ।
ଦୀପାବଳୀ ଦିଏ ଏ ଶୁଭ ସନ୍ଦେଶ 
       ହୃଦୟ ରେ ଦୀପ ଜାଳ
ଲକ୍ଷେ କଳଙ୍କ କୁ ଦୁର କରିଦେଇ
     ହୃଦୟ କର ମଞ୍ଜୁଳ ।
ଆତ୍ମ ସମୀକ୍ଷା ର ସମୟ ଆସିଛି
     ବୁଝ ଆହେ ନର ନାରୀ
ସବୁ ରାତି ହେଉ ଦୀପାବଳି ରାତି
       ନଦିଅ ଏହା ପାଶୋରି ।
ଗୃହ ଆଲୋକିତ ନିମିଷକ କଥା
     ପରେ ଅନ୍ଧାର ଆସିବ
ହୃଦୟଟି ଯଦି ଆଲୋକିତ ହୁଏ
      ସୁଖ ଶାନ୍ତି ବିରାଜିବ ।
ପ୍ରେମର ଦୀପାଳି ଜଳାଇ ହୃଦୟେ
       ସୁଖକୁ ଆହ୍ୱାନ କର 
ପ୍ରୀତିର ମଳୟ ସଦା ବହୁଥିବ 
    ସବୁ ହେବେ ଆପଣାର।

ତେନ୍ତୁଳିପଦୀ ,ହାଟଡିହି ,କେନ୍ଦୁଝର

     
    
     

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା  ରଜ ତତ୍ତ୍ୱ

Sunil Chandra Nayak

ବାଲାଜି ସେଠୀ ଙ୍କ ଗଳ୍ପ ମୁଠିଭିକ୍ଷା

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ,କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!