ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜଶ୍ରୀ ମହାପାତ୍ର ଙ୍କ କବିତା ଦୀପାଳି

ଦୀପାଳି 

ରାଜଶ୍ରୀ ମହାପାତ୍ର

ଆଖିକୋଣର ଟୋପେ ଲୁହରେ ,
ମାଟି ଚକଟା କାଦୁଅ ହାତରେ
ଅଧାଖିଆ ,ଅଖିଆ ପେଟର ଭୋକରେ 
ଲୁଚିଛି କେତେ ଆଖିର ସ୍ୱପ୍ନ 
ସବୁ ସୁଖଭିତରେ ଟିକେ ମନେ ପକାଅ ତାକୁ 
ଦୀପର ପଶରା ମେଲି ସେ ଚାହିଁଛି ତୁମକୁ
ସଜେଇବ ବୋଲି ଅନ୍ଧାରକୁ ଆଲୁଅରେ
ଦୀପର ପଶରା ମେଲି ସେ ଚାହିଁଛି ତୁମକୁ
ଏ ଗହଳିଭିତରେ , 
ଆମଭିତରେ ସେ ଜଣେ ‘ତୁ’ ନହେଲେ ‘ମୁଁ’
ତା’ର ଛୋଟ ଛୋଟ ଦୀପକୁ ସଜେଇଦିଅ ଭରସାରେ
ସେ ହଜି ନ ଯାଉ ,ଅଣଦେଖା କରି ଚାଲିଯାଅନି ଆଗକୁ
                
ଟିକେ ରୁହ , ସବୁ ସୁଖ ଭିତରେ ଟିକେ ଦେଖ ତାକୁ 
ଅଣହେଳା କରି ଚାଲିଯାଅନି ଆଗକୁ
                                        

        କୁଞ୍ଜକାନ୍ତ , ଢେଙ୍କାନାଳ

Related posts

କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ କ୍ଷେତ୍ର ପରିଦର୍ଶନ

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

Sunil Chandra Nayak

ଗୋକୁଳେଶ୍ୱର ମଣ୍ଡିରେ କଟନୀ ଛଟନୀ କୁ ଚାଷୀ ଙ୍କ ବିରୋଧ , ଦୁଇଦିନ ହେଲା ମଣ୍ଡି ରେ ପଡିଛି ସହ ସହ ବସ୍ତା ଧାନ

Sunil Chandra Nayak

Leave a Comment

error: Content is protected !!