ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶରେ ଶୀଘ୍ର ଖୋଲିବ ଆଉ ୫ଟି ନୂଆ ବ୍ୟାଙ୍କ !

ବ୍ୟାଙ୍କ ପାଇଁ ଆବେଦନ କରିଥିବା ୧୧ଟି ସଂସ୍ଥା ମଧ୍ୟରୁ, ୬ଟି ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ…..

ଦେଶରେ ଖୁବଶୀଘ୍ର ଖୋଲିବ ଆଉ ୫ଟି ନୂଆ ବ୍ୟାଙ୍କ ! ବ୍ୟାଙ୍କ ପାଇଁ ଆବେଦନ କରିଥିବା ୧୧ଟି ସଂସ୍ଥା ମଧ୍ୟରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା ଆରବିଆଇ ୬ଟି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଫ୍ଲିପକାର୍ଟର ସହ-ପ୍ରତିଷ୍ଠାତା ସଚିନ ବନସଲଙ୍କ ନେତୃତ୍ୱରେ ଚୌତନ୍ୟ ଇଣ୍ଡିଆ ଫିନ କ୍ରେଡିଟ ପ୍ରାଇଭେଟ ଲିମିଟେଡ ସମେତ ୬ଟି କମ୍ପାନୀର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଛୋଟ ଫାଇନାନ୍ସ ବ୍ୟାଙ୍କ ବର୍ଗରେ ଥିବା କଲିକଟ୍ ସିଟି ସେବା ସମବାୟ ବ୍ୟାଙ୍କ ଆବେଦନକୁ ପ୍ରତ୍ୟାଖାନ କରାଯାଇଛି ।ବାକି ୫ଟି ଆବେଦନ ଉପରେ ଅନୁସନ୍ଧାନ କରାଯାଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି । ଏହି ୫ଟି ସଂସ୍ଥା ହେଉଛି ୱେଷ୍ଟ୍ ଏଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡ୍, ଅଖିଲ କୁମାର ଗୁପ୍ତା, ଆଞ୍ଚଳିକ ଗ୍ରାମୀଣ ଫାଇନାନ୍ସ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍, କୋସମି ଫାଇନାନ୍ସିଆଲ୍ ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ୍ ଓ ଟେଲି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ । କେନ୍ଦ୍ରୀୟ ବ୍ୟାଙ୍କ କହିଛି, ନିର୍ଦ୍ଧାରିତ ମାନଙ୍କ ଅନୁଯାୟୀ ଏହି ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ ଜଣାଣ ଦୁଃଖ

Sunil Chandra Nayak

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ମା ହୋଇଲେ ସାହା

Sunil Chandra Nayak

Leave a Comment

error: Content is protected !!