ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ସ୍ନେହ ମିଶ୍ର  ଙ୍କ କବିତା ଲୀଳାମୟ କୃଷ୍ଣ

ଲୀଳାମୟ କୃଷ୍ଣ

ଶ୍ରୀମତୀ ସ୍ନେହ ମିଶ୍ର 

ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ
ଧରାପୂଷ୍ଠେ ଅବତାର |
ଅଷ୍ଟାଙ୍ଗ ଯୋଗର ଅଷ୍ଟମ ଅବସ୍ଥା 
ତୁମେ ପ୍ରଭୁ ଯୋଗେଶ୍ଵର ||1||
ଭିନ୍ନ ଭକ୍ତି ଭାବେ ଅବତାର ବାଦେ
ଅଷ୍ଟମ ଟି ତୁମ ସ୍ଥାନ
ଅଷ୍ଟଧା ପ୍ରକୃତି ଅଷ୍ଟ ପାଟରାଣୀ
କରୁଛନ୍ତି ତୁମ ଧ୍ୟାନ ||2||
ଦୈବୀ ଗୁଣକୁ ଆଶ୍ରୟ କରି
ବ୍ରହ୍ମଜ୍ଞାନ ପ୍ରକଟିତ |
ସଂସାର ସିଙ୍କୁଳି ଫିଟିଯାଏ ସବୁ
ଯମୁନାରେ ଭକ୍ତି ସ୍ରୋତ ||3||
ସୃଷ୍ଟି ସ୍ଥିତି ଲୟ ତୁମରି ତ ଖେଳ
ସବୁରି ଭିତରେ ତୁମେ |
ଅଭେଦ ଦର୍ଶନେ ଭେଦଭାବ ନାହିଁ
କେବଳ ତୁମେ ହିଁ ତୁମେ ||4||
ସଂସାର ରୂପକ ଅଶ୍ଵତ୍ଥ ବୃକ୍ଷର
ତୁମେ ମୂଳ ଅଗୋଚର |
ତୁମରି ସତ୍ତାରେ ମିଥ୍ୟା ସଂସାରଟି
ସତ୍ୟସଦୃଶ ଗୋଚର |5||
ସମ ଭାବାପନ୍ନ ସର୍ବପ୍ରାଣୀମଧ୍ୟେ
କୃପାଦୃଷ୍ଟି ପ୍ରଦାୟକ |
ସାଧୁସନ୍ଥ ପାଇଁ ଆନନ୍ଦର ଜ୍ୟୋତି
ଖଳ ଦୁଷ୍ଟ ସଂହାରକ ||6||
ଆହେ ମାୟାପତି ଦେବତା ଦାନବ
ତୁମରି ମାୟାର ସୃଷ୍ଟି |
କର୍ତ୍ତାପଣର ଅହଙ୍କାର ହେତୁ 
କର୍ମଫଳ ଭୋଗୁଥାନ୍ତି ||7||
ଯୁଗେ ଯୁଗେ ତୁମେ ଅବତାର ଧରି
ଲୀଳା କରୁଅଛ ପ୍ରଭୁ |
ତୁମ୍ଭ ଗୁଣଗାନ ଭକ୍ତିଭାବେ ଗାଇ
ତରୁଚନ୍ତି ଭବର୍ଣବୁ ||8||

Related posts

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଏମିତି କାହିଁକି ହେଲା

Sunil Chandra Nayak

ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟି

Sunil Chandra Nayak

Leave a Comment

error: Content is protected !!