ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଖଡ଼ିଆଳ କଲେଜ ଠାରେ ୯.୮ କୋଟି ଟାଉନ ହଳ,ଅଡିଟରୀୟମ ଶିଳାନ୍ୟାସ

 ନୂଆପଡା: ଦୁଇ ଦିନିଆ ନୂଆପଡା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଚାଷ ଦେଖିଛନ୍ତି। ଭାଲଡୁଙ୍ଗରି ଠାରେ ବିକଳ୍ପ ଚାଷ,ବଡ଼ମୂଳା ଠାରେ ମତ୍ସଚାଷ ବୁଲି ଦେଖିଥିଲେ। ସେହିପରି ଖଡ଼ିଆଳ କଲେଜ ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା ୯.୮ କୋଟି ଟଙ୍କା ବ୍ୟୟରେ ଟାଉନ ହଳ ସହ ଅଡ଼ିଟରିୟମ ଖଡ଼ିଆଳ ବାସୀଙ୍କ ପାଇଁ ଶିଳାନ୍ୟାସ ଦେଇଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଲେଜ ଅଧକ୍ଷ ଗଙ୍ଗାଧର ପାଣିଗ୍ରାହୀ ଏବଂ ମୁଖ୍ୟ ନିର୍ବାହୀଅଧିକାରୀ ଅଜିତ ଦାଶ ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ ନେଇ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ଗୃହ ଓ ପୁତ୍ତ ନିର୍ମାଣ ବିଭାଗ ଏହି ନିର୍ମାଣ କାର୍ଯ୍ୟ କରିବେ। ଏହାର କାର୍ଯ୍ୟକାରିତା ଖଡ଼ିଆଳ ଏନ ଏ ସି ମଧ୍ୟରେ ରହିବ ବୋଲି ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରିଛନ୍ତି। ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ଦେବା ଦିନ ଠାରୁ ପ୍ରଥମ କରି ବିରାଟ ପ୍ରକଳ୍ପ ନିର୍ମାଣ ହାତକୁ ନେଇଅଛି।ବର୍ତ୍ତମାନ ଥଇଥାନ ସଂସ୍ଥା ନ ହୋଇ ବିକାଶ କାର୍ଯ୍ୟ ହାତକୁ ନେଉଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜଳ,ଜମି ଓ ଜଙ୍ଗଲ ଆଦିବାସୀ ଙ୍କ ଅଧିକାର…

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!