ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଦିଅ ନ ହେଲେ ଆନ୍ଦୋଳନ

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୨୭୨ ଜଣ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି ।ମାତ୍ର ଦୁଃଖର ବିଷୟ ଶିକ୍ଷକ ସଂଖ୍ୟା ମାତ୍ର ୪ ଜଣ । ସେଥି ମଧ୍ୟରୁ ଜଣେ ଶିକ୍ଷକ ସଦା ସର୍ବଦା ସ୍କୁଲ କାର୍ଯ୍ୟ ରେ ବ୍ୟସ୍ତ ରହୁଥିବା ବେଳେ ଶିକ୍ଷା ଦାନ କିପରି ହେଉଥିବ ତାହା ସହଜେ ଅନୁମାନ କରି ହେଉଥିବ ।ସରକାରୀ ନିୟମ ଅନୁସାରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉଛି । ଶୁଣିବାକୁ ମିଳୁଛି ଜୁନାଗଡ଼ ବ୍ଲକ ର କିଛି ସ୍କୁଲରେ ଆବଶ୍ୟକ ଶିକ୍ଷକ ଠାରୁ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଇଛି ।ହେଲେ ଯେଉଁଠି ଶିକ୍ଷକ ନିତାନ୍ତ ଦରକାର ସେଠି ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉ ନାହାନ୍ତି ।ଯାହା ଫଳରେ ପ୍ରାଥମିକ ଶିକ୍ଷା ଦାନ ବାଧା ସୃଷ୍ଟି ହେଉଛି । ଚିଲିଗୁଡା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀମାନେ ତଥା ସ୍କୁଲ ଶିକ୍ଷା କମିଟିର କର୍ମକର୍ତ୍ତା ଅନେକ ଥର ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରି ଆସୁଛନ୍ତି ଏପରିକି ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।ଶିକ୍ଷକ ସମସ୍ୟା କୁ ନେଇ ଅନେକ ଥର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ଖବର ପ୍ରକାଶ ପରେ ଜୁନାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଏହି ବିଦ୍ୟାଳୟ କୁ ପରିଦର୍ଶନରେ ଆସିଥିଲେ ଏବଂ ସମସ୍ତ ସମସ୍ୟା ବୁଝୁକି ଯାଇ ଥିଲେ ।ସ୍କୁଲ ଶିକ୍ଷା କମିଟି ଙ୍କ ଉପସ୍ଥିତିରେ ଯଥା ଶୀଘ୍ର ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏଥିରେ ଗ୍ରାମବାସୀମାନେ ଏବଂ ସ୍କୁଲ ଶିକ୍ଷା କମିଟି ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶ୍ରୁତିରେ ଖୁସି ହୋଇଯାଇଥିଲେ ।ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀ ଦେଇଥିବା ପ୍ରତିଶୃତି ଏଯାଏଁ ପୂରଣ ହେଉନଥିବାରୁ ଗ୍ରାମବାସୀ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏପରିକି ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ମଧ୍ୟ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଠାରେ ଦାବି କରି ଆସୁଥିଲେ ମଧ୍ୟ ବିଭାଗ ନୀରବ ଦ୍ରଷ୍ଟା ସାଜିଛି । ନିଜେ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ଆସି ସବୁ ବୁଝି ସାରିଲା ପରେ ମଧ୍ୟ ଚୁପ ହୋଇ ରହିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଶିକ୍ଷକ ନ ଦେଲେ ଶିକ୍ଷା ଦାନ କିପରି ହେବ ।ପ୍ରାଥମିକ ସ୍ତରରେ ହିଁ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ବଢି ଥାଏ ।ଠିକ ଏହି ସମୟରେ ଠିକ ଭାବରେ ଶିକ୍ଷା ଦାନ ନ ହୁଏ ତାହା ହେଲେ ଛାତ୍ରଛାତ୍ରୀ ମାନେ ଦୁର୍ବଳ ହୋଇଯାନ୍ତି । ଏଣୁ ଯଥା ଶୀଘ୍ର ଶିକ୍ଷକ ନିୟୁକ୍ତି ପ୍ରଦାନ ଦିଗରେ ବିଭ।ଗ ଗୁରୁତ୍ୱ ନ ଦେଲେ ଏକ ବଡ଼ ଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ମାନେ ଏବଂ ସ୍କୁଲ ଶିକ୍ଷା କମିଟିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ତୁକଲା ମେହେର ସମାଜ ତରଫରୁ ଗଙ୍ଗାଧର ଜୟନ୍ତୀ

Sunil Chandra Nayak

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର, ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!