ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାକାର ମହାସଂଘର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ସାମିଲ ହେଲା ବାଲେଶ୍ଵର

ବାଲେଶ୍ବର,୦୨/୬/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ” ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି ” ପରିପ୍ରେକ୍ଷୀରେ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ତଥା ପ୍ରତିଭାଦୀପ୍ତ କଣ୍ଠଶିଳ୍ପୀ ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ତାହାଙ୍କ ଧରାକୋଟ ପଞ୍ଚାୟତ ସମିତି ଅନ୍ତର୍ଗତ ରୁଗୂମୁ ଗ୍ରାମସ୍ଥ ବାସଭବନ ଠାରେ ସୌଜନ୍ୟ ସାକ୍ଷାତ କରାଯାଇଥିଲା । ସେ ନିକଟରେ ଅଚାନକ ହୃଦ୍ଘାତ ଜନିତ ରୋଗରେ ପୀଡିତ ରହି ବିଶାଖା ପାଟଣାରୁ ଅସ୍ତ୍ରୋପଚାର କରି ଫେରିଛନ୍ତି । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ନେତୃତ୍ୱରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଗୁରୁ ସଂଜୟ କୁମାର ବିଷୋୟୀ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପଦେଷ୍ଟା ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳର ଶିକ୍ଷାବିତ୍ ତଥା ଅଭିନେତା ନୀଳକଣ୍ଠ ନାଲ୍ଲା, ସମାଜସେବୀ କୁରା ଗୌଡ ପ୍ରମୁଖଙ୍କ ସହ ବଡ଼ ବାରବା କନ୍ଧୁଣୀ ଦେବୀ ଯୁବ ନାଟ୍ୟ ସଂଘ ପରିଚାଳକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପଦରେଇଶୁଣୀ ପରିଚାଳକ ଶଙ୍କର୍ଷଣ ପାତ୍ର, ହୁକୁମା ସିଦ୍ଧେଶ୍ୱର ଗଣ ନାଟ୍ୟ ସଂଗଠକ ଶିବରାମ ପ୍ରଧାନ ଓ କୃଷ୍ଣ ବେହେରାଙ୍କ ସମେତ ବହୁ କଳାକାର ଉପସ୍ଥିତ ରହି ସ୍ୱରବିବୁଧଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଏ ଅବସରରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦୃତ ଉନ୍ନତି କାମନା ସହ ବ୍ୟକ୍ତିଗତ ଓ ସଂଗଠନ ସ୍ତରୀୟ ସହାୟତା ପ୍ରଦାନ କରାଯାଇଥିଲା । ମହାସଂଘ ଏତାଦୃଶ କାର୍ଯ୍ୟ ନିମନ୍ତେ ରୂଗୁମୁ ଗ୍ରାମବାସୀଙ୍କ ତରଫରୁ ସୁରେନ୍ଦ୍ର କୁମାର ସ୍ବାଇଁ ଓ ମନୋଜ କୁମାର ସ୍ବାଇଁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ରାଜ୍ୟ ଉପ-ସଭାପତି ତଥା ବାଲେଶ୍ବର ସାମ୍ବାଦିକ, କବି ଓ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ଦେଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!