ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

ଜୁନାଗଡ଼, ୨୪/୦୪ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଠାରେ କଲେଇଗାଁ ଆଞ୍ଚଳିକ ଯାଦବ ସମିତିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ସମିତିର ସଭାପତି ଅନ୍ତରାମ ବାାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମାଜରୁ କୁସଂସ୍କାର ଦୂର କରିବା, ସମାଜ ସଙ୍ଗଠନକୁ ୱାର୍ଡ ସ୍ତରରୁ ମଜବୁତ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଦିଗରେ ସଂଗଠନ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା।କଲେଇଗାଁ ଆଞ୍ଚଳିକ ଯାଦବ ଭବନ ନିର୍ମାଣରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁଦାନରୁ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା।ଏହି ବୈଠକରେ ସମିତିର ଉପ ସଭାପତି କେଶରୀ ନିଆଲ,ସମ୍ପାଦକ ଶଶିକାନ୍ତ ହଂସ, ସହସମ୍ପାଦକ କିଶୋର ନାଏକ ,କୋଷାଧ୍ୟକ୍ଷ ଚୈତନ ହଂସ, କୈଳାଶ ନାଗ, ସନାତନ କଟା ,କାର୍ତ୍ତିକ ବାଗ ପ୍ରମୁଖଙ୍କ ସମେତ ଯାଦବ ସମାଜର ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

Sunil Chandra Nayak

ସମାଜସେବୀ ତଥା ଧର୍ମପରାୟଣ ଅଜୟ ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

Sunil Chandra Nayak

Leave a Comment

error: Content is protected !!