ରାଉରକେଲା/ ସମାଜସେବା ପାଇଁ ପ୍ରତିବଦ୍ଧତା ଥିବା ଜ୍ଞାନଲୋକ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସ୍ଥିତ ଖରିଆବାହାଲ ବସ୍ତିଠାରେ ସଫେଇ ଅଭିଯାନ ସହ ଡେଙ୍ଗୁ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସ ଙ୍କ ସଭାପତିତ୍ବ ଓ ସଂପାଦକ ମନୋରଞ୍ଜନ କଣ୍ଡୁଲନା ତଥା ମୁଖ୍ୟ ଆୟୋଜକ ଜ୍ଞାନରଞ୍ଜନ ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଜ୍ଞାନ ରଂଜନ ଗିରି ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ଖରିଆବାହାଲ ବସ୍ତି ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଓଏସଏପି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷ ନାୟକ, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ରବି ପଣ୍ଡା,ଆଇନଜୀବୀ ରାଜକିଶୋର ପ୍ରଧାନ, ଚିତ୍ତରଞ୍ଜନ ପଟ୍ଟନାୟକ, ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ, ସାମ୍ବାଦିକ ଅରବିନ୍ଦ ଦାସ, ସୁବ୍ରତ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଅଧ୍ୟାପିକା ବୈଜୟନ୍ତୀ ବାରିକ ଓ ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡଃ ସିଦ୍ଧାନ୍ତ ମହାନ୍ତି, ସଂଜିତ ଭୂୟାଁ ଓ ତୃପ୍ତି ପାତ୍ରଙ୍କ ନେତୃତ୍ବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବସ୍ତି ଭିତରେ ବ୍ଲିଚିଂ ପାଉଡର, ମଶା ମାରିବା ତେଲ ଓ ସଚେତନତା ପାଇଁ ଲିଫଲେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସପି ଓ ଜିଲ୍ଲା ପ୍ରଶାସନର ସ୍ବାସ୍ଥ୍ୟ ବିଭାଗ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଏହିପରି କାର୍ଯ୍ୟକ୍ରମ ଆଗକୁ ବଜାୟ ରଖିବା ପାଇଁ ଆବାହକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ