ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

ନାଭି କ୍ଷେତ୍ର ରଥଯାତ୍ରା 

     

      ସରୋଜିନୀ ପତି

ବିରଜା କ୍ଷେତ୍ର କୁ ନାଭି କ୍ଷେତ୍ର ବୋଲି
     ସମସ୍ତ ଜାଣନ୍ତି ଭଲେ ।
ମାତା ବିରଜା ଗୟାଶୂର ନାଭି କୁ ଵଧିଣ
    ମୋକ୍ଷ ପ୍ରାପ୍ତ ଦେଇ ଥିଲେ।
ନାଭି ଚକ୍ରେ ମାତା ତ୍ରୀଶୂଳ ଧାରୀଣି 
      ଵକ୍ଷଭେଦୀ ରକ୍ତ ଧାର।
ଜଗତ ମଙ୍ଗଳ ପାଇଁ ଦୃଷ୍ଟ କୁ ବିନାଶିଣ
    ତିର୍ଥ କ୍ଷେତ୍ର ହେଲା ତାର ।
ଗଦାକ୍ଷେତ୍ର ବୋଲି କିମ୍ବଦନ୍ତୀ କୁହେ
  ଯଯାତି କେଶରୀ ନଗର ।
ଯଯାତି କେଶରୀ ନାମ ପୁଣି ତାର
    ଯାଜପୁର ଜିଲ୍ଲା ତାର।
ମାତା ବିରଜାଙ୍କ ଗୟାଶୂରର ନାଭି ଗୟା
   ତିର୍ଥ କ୍ଷେତ୍ର ନାମେ ସାର୍ ।
ଆଶ୍ୱିନ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ରେ ମାତା
   ଷୋଡ଼ଶ ଉପଚାର ପୂଜା ।
ଉକ୍ତ ତିଥି ରେ ମାତା ନବଦିନ ବ୍ୟାପୀ
    ଠାଵେ ଠାରେ ମେଢ଼ ପୂଜା ।
ମାତା ବିରଜାଙ୍କ ରଥଯାତ୍ରା ଗାଁ ସାହି   
      ପରିବେଶ ପରିକ୍ରମା। 
ତନ୍ତ୍ର ମନ୍ତ୍ର ପୂଜା ର ଵିଧି ବିଧାନ ଗାଥା
    ମାନବିକ ଲିଳା କ୍ରମେ ।
ଶକ୍ତି ପୀଠ ସ୍ଵୟଂ ଆବିର୍ଭାବ ସେତ
      ଜଗତ ମଙ୍ଗଳ ପାଇଁ ।
ନାହିଁ ଜ୍ଞାନ ଵୂଦ୍ଧି ଵିଚାର ବିମର୍ଶ ସବୁ
     ଏଠି ଛନ୍ଦା ଛନ୍ଦି ହୋଇ
ବାଟବଣା ହୋଇ ବୁଲୁଛନ୍ତି ସବୁ ସୁରା
     ପାନକରି ଧରାକୁ ଯାଇ ।
ଦ୍ଵିତୀୟା ତିଥି ରୁ ନବରାତ୍ର ପୂଜା ଆରମ୍ଭ
     ଦଶହରାର ଦଶରାତ୍ର ।

Related posts

ଚିଲିଗୁଡା ଠାରେ ଦୋଳ ମହୋତ୍ସବ ପାଳିତ

Sunil Chandra Nayak

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

Sunil Chandra Nayak

Leave a Comment

error: Content is protected !!