ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ

ମାଆ ବିରଜାଙ୍କ

ବିଶେଷ ପାର୍ବଣ

(ରାଗ-ବରାଡି ଆଷାଢ଼ ଶୁକ୍ଳ ବାଣୀ )

ଉମାକାନ୍ତ ଦାସ

ଭାଦ୍ରବର ଅନ୍ତେ ଆଶ୍ଵିନ ଆସେ।
ଶାରଦୀୟ ଦୁର୍ଗା ପୂଜା ପ୍ରବେଶେ ।
ଦେବୀଙ୍କର ମହା ପୂଜା ଅଟଇ।
ବିବିଧ ଭାବରେ ଲୀଳା ଲାଗଇ।
ଗଦାକ୍ଷେତ୍ର ଠାରେ।
ପଲ୍ଲବ ତନ୍ତ୍ରୋକ୍ତ ବିଧିବିଧାନେ ।।(୧)
ଆର୍ଦ୍ରାନକ୍ଷତ୍ର ଯୁକ୍ତ ମୂଳାଷ୍ଟମୀ ।
କୃଷ୍ଣପକ୍ଷ ମଧ୍ଯେ ମହାନବମୀ ।
ଷୋହଳ ବ୍ରାହ୍ମଣ କରନ୍ତି ପୂଜା ।
ଷୋହଳ ଦିନ ନେଉ ମା” ତୁ ମଜ୍ଜା।
ବୈତରଣୀ କୂଳେ।
ବସିଛୁ ମାଆ ତୁ ହୋଇ ମଉନେ।(୨)
 ମଣ୍ଡପେ ରଖି ଷୋହଳ କଳସ ।
ଷୋହଳ ପୂଜାରେ ହେଉ ହରସ ।
ପଢାହୁଏ ବନଦୁର୍ଗାଙ୍କ ମନ୍ତ୍ର ।
ଷୋହଳ ଉପଚାରେ ତୁ ହିଁ ଶାନ୍ତ ।
ତୁ ବିରଜା ମାତ।
ବାରୁଣୀ ତୀର୍ଥେରେ ଅଛୁ ମଗନେ।୩
ମହାଷ୍ଟମୀ ରାତ୍ରେ ହେଉ ସନ୍ତୋଷ।
ଉଗ୍ରଚଣ୍ଡାମନ୍ତ୍ର ଶୁଣୁ ବିଶେଷ ।
ନବମୀ ରାତ୍ରରେ ଅତୁଟ ମନ୍ତ୍ର ।
ମହାମାରୀ ମନ୍ତ୍ରେ ହେଉ ତୁ ଶାନ୍ତ ।
ସଂକଟ ହାରିଣୀ ।
ଏ ମହାମାରୀକୁ ଦେଖୁ ନୟନେ ।୪
ପ୍ରତିପଦ ଠାରୁ ମହାନବମୀ ।
ଲାଖବିନ୍ଧା ପର୍ବ ହୁଅଇ ପୁଣି ।
ନବଦିନାତ୍ମକ ରଥ ଯାତରା ।
ଚହଳ ପକାଏ ଓଡ଼ିଶା ସାରା।
ଅଛି ତୋ ପୀଠରେ।
ସର୍ବ ଶକ୍ତିପୀଠୁ ତୁ ଆକର୍ଷଣେ ।୫
ମହାମାରୀ ପୂଜା ତୁ ପରା ପାଉ।
ଜଗତ କଲ୍ଯାଣୀ ବିଦିତ ହେଉ ।
ସଂସାରେ କରୋନା ପ୍ରାଣ ନିଅଇ।
ନେତ୍ର ବୁଜି କିମ୍ପା ବିସିଛୁ ତୁହି ।
ତୁ ନିଷ୍ଠୁର ଦେହୀ ।
କାହିଁକି ପୂଜିବେ କେଉଁ କାରଣେ ।୭
ମା” ସିନା ସେହି ଜଗତେ ଅଟଇ।
ସନ୍ତାନେ ବାତ୍ସଲ୍ୟ ମମତା ଦେଇ ।
ଏ ଘୋର ସଂକଟ ଦେଖୁ କିମ୍ପାଇଁ।
କି କାରଣେ ଦଣ୍ଡୁ ମାନବେ ତୁହି।
ତୁ ରଖ ଜଗତ।
ସଂସାର ଉଜୁଡି ଯାଉଛି କ୍ଷଣେ ।(୮)

ଲାଲାବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

Leave a Comment

error: Content is protected !!