Uncategorizedଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ by Sunil Chandra NayakOctober 1, 2022080 Share0 ମାଆ ବିରଜାଙ୍କ ବିଶେଷ ପାର୍ବଣ (ରାଗ-ବରାଡି ଆଷାଢ଼ ଶୁକ୍ଳ ବାଣୀ ) ଉମାକାନ୍ତ ଦାସ ଭାଦ୍ରବର ଅନ୍ତେ ଆଶ୍ଵିନ ଆସେ। ଶାରଦୀୟ ଦୁର୍ଗା ପୂଜା ପ୍ରବେଶେ । ଦେବୀଙ୍କର ମହା ପୂଜା ଅଟଇ। ବିବିଧ ଭାବରେ ଲୀଳା ଲାଗଇ। ଗଦାକ୍ଷେତ୍ର ଠାରେ। ପଲ୍ଲବ ତନ୍ତ୍ରୋକ୍ତ ବିଧିବିଧାନେ ।।(୧) ଆର୍ଦ୍ରାନକ୍ଷତ୍ର ଯୁକ୍ତ ମୂଳାଷ୍ଟମୀ । କୃଷ୍ଣପକ୍ଷ ମଧ୍ଯେ ମହାନବମୀ । ଷୋହଳ ବ୍ରାହ୍ମଣ କରନ୍ତି ପୂଜା । ଷୋହଳ ଦିନ ନେଉ ମା” ତୁ ମଜ୍ଜା। ବୈତରଣୀ କୂଳେ। ବସିଛୁ ମାଆ ତୁ ହୋଇ ମଉନେ।(୨) ମଣ୍ଡପେ ରଖି ଷୋହଳ କଳସ । ଷୋହଳ ପୂଜାରେ ହେଉ ହରସ । ପଢାହୁଏ ବନଦୁର୍ଗାଙ୍କ ମନ୍ତ୍ର । ଷୋହଳ ଉପଚାରେ ତୁ ହିଁ ଶାନ୍ତ । ତୁ ବିରଜା ମାତ। ବାରୁଣୀ ତୀର୍ଥେରେ ଅଛୁ ମଗନେ।୩ ମହାଷ୍ଟମୀ ରାତ୍ରେ ହେଉ ସନ୍ତୋଷ। ଉଗ୍ରଚଣ୍ଡାମନ୍ତ୍ର ଶୁଣୁ ବିଶେଷ । ନବମୀ ରାତ୍ରରେ ଅତୁଟ ମନ୍ତ୍ର । ମହାମାରୀ ମନ୍ତ୍ରେ ହେଉ ତୁ ଶାନ୍ତ । ସଂକଟ ହାରିଣୀ । ଏ ମହାମାରୀକୁ ଦେଖୁ ନୟନେ ।୪ ପ୍ରତିପଦ ଠାରୁ ମହାନବମୀ । ଲାଖବିନ୍ଧା ପର୍ବ ହୁଅଇ ପୁଣି । ନବଦିନାତ୍ମକ ରଥ ଯାତରା । ଚହଳ ପକାଏ ଓଡ଼ିଶା ସାରା। ଅଛି ତୋ ପୀଠରେ। ସର୍ବ ଶକ୍ତିପୀଠୁ ତୁ ଆକର୍ଷଣେ ।୫ ମହାମାରୀ ପୂଜା ତୁ ପରା ପାଉ। ଜଗତ କଲ୍ଯାଣୀ ବିଦିତ ହେଉ । ସଂସାରେ କରୋନା ପ୍ରାଣ ନିଅଇ। ନେତ୍ର ବୁଜି କିମ୍ପା ବିସିଛୁ ତୁହି । ତୁ ନିଷ୍ଠୁର ଦେହୀ । କାହିଁକି ପୂଜିବେ କେଉଁ କାରଣେ ।୭ ମା” ସିନା ସେହି ଜଗତେ ଅଟଇ। ସନ୍ତାନେ ବାତ୍ସଲ୍ୟ ମମତା ଦେଇ । ଏ ଘୋର ସଂକଟ ଦେଖୁ କିମ୍ପାଇଁ। କି କାରଣେ ଦଣ୍ଡୁ ମାନବେ ତୁହି। ତୁ ରଖ ଜଗତ। ସଂସାର ଉଜୁଡି ଯାଉଛି କ୍ଷଣେ ।(୮) ଲାଲାବାଗ ,ଖାନନଗର ମଙ୍ଗଳ ପୁର ,ଯାଜପୁର