ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର – ବାରମ୍ବାର ଖବର ପ୍ରଚାର ଓ ପ୍ରସାରଣ ପରେ ବି ପ୍ରଶାସନ ନିଦ୍ରାରେ, ସତରେ କି ଅଦ୍ଭୁତ ଏ ପ୍ରଶାସନ

ବାଲେଶ୍ଵର,୨୧/୫/୨୨- ବାଲେଶ୍ଵର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ଖଇରା ବ୍ଲକ ଆଳଦା – ପଳସା – ଡୁଙ୍ଗୁରା ରାସ୍ତା ବିଭାଗୀୟ ଅଧିକାରୀଙ୍କ ଅବହେଳା ଚରମ ସୀମାରେ ପହଞ୍ଚିଲାଣି । କେଉଁଠି ନର୍ଦ୍ଦମା ପାଣି ତ କେଉଁଠି ବର୍ଷା ପାଣି ଜମିବା ସହିତ ଧିରେ ଧିରେ ରାସ୍ତାଟି ସଙ୍କୋଚିତ ହେବାରେ ଲାଗିଲାଣି । ଦିନକୁ ଦିନ ଏପରି ଅବହେଳା ବଢିବା ସହିତ ମରଣଯନ୍ତା ପାଲଟିବା ଆରମ୍ଭ ହୋଇଛି । ଉଦାହରଣ ସ୍ବରୂପ ପଳସା ମଠ ନିକଟ ଗେଙ୍ଗୁଟି ନଈ ପୋଲକୁ ନିଆଯାଇପାରେ ! ଦୀର୍ଘଦିନ ହେବ ଏହି ପୋଲଟି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ପୋଲ ଢଳେଇ ପାର୍ଶ୍ଵରେ ସୃଷ୍ଟି ହୋଇଛି ଗର୍ତ୍ତ । ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡିମୋଟର ଯାତାୟତ କରିବା ସହିତ ପ୍ରାୟ ୧୦ ଗୋଟି ପଞ୍ଚାୟତରୁ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି । ଗର୍ତ୍ତ ହେବା ଦ୍ବାରା ପୋଲଟି ଦୁର୍ବଳ ହୋଇପଡିଛି, କେତେବେଳେ ଯେ ଭୁଷୁଡି ପଡିବ, କାହା ଜୀବନ ଯିବ ତାହା କିଏ କହିପାରିବ ! ରାସ୍ତା ପ୍ରତି ସରକାରଙ୍କର ଏପ୍ରକାର ଅବହେଳା ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କ ଅସ୍ତ୍ର ହେବନି ତ ?ଏବାବଦରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ଫଳ ଶୂନ୍ୟ । ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ପରେ ବି ଭାଙ୍ଗୁନି ନିଦ ପ୍ରଶାସନର । ତେଣୁ ବିଭାଗୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ବସ ଯାତ୍ରୀଙ୍କୁ ଆଶ୍ବସ୍ତି : କମିଲା ଘରୋଇ ବସଭଡ଼ା…

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!