କୋଣାର୍କ
ଅବିନାଶ ମହାପାତ୍ର
ମୁହିଁ ଅଟେ ତୁମ ଜାତିର ଗୌରଵ
କଳା କୃତି କୀର୍ତ୍ତିରାଜି
ଭଗ୍ନାବଶେଷର ଅସ୍ଥିତ୍ୱ ପଡ଼ିଛି
ସଵୁତ ଯାଇଛି ହଜି ।(୦)
କାହିଁକି ଗଢ଼ିଲ ଚାରୁ ଚିତ୍ରପଟ୍ଟ
ଖୋଦିତ କରି ମୋ ବକ୍ଷ
ପଥର ଦେହରେ ଛଵି ମାନ ଆଂକି
ଭ୍ରମିତ କରିଛ ଲକ୍ଷ୍ୟ(୧)
ମୁକୁଳା ପଡ଼ିଛି ମୂଖଶାଳା ଆଜି
ଶୂନ୍ୟ ମୋର ଗର୍ଭ ଗୃହ
ଚଦ୍ରଭାଗା ଆଜି ଦିଶୁନାହିଁ କାହିଁ
ଫେରାର ନେଇଛି ମୁହଁ।(୨)
କଷଣରେ କଷି ବାର ବର୍ଷ ଯାକ
ବାର ଶହ କାରିଗର
ଅର୍କକ୍ଷେତ୍ର ନାମେ ପରିଚୟ ଦେଲ
ଭୁଲି ନିଜ ଘର ଦ୍ୱାର।(୪)
ଷୋଳ ଚକ ଚେକା ପାରି ଵସାଇଲ
ଦିନ ରାତି ଏକ କରି
ଦେହେ ଫୁଟାଇଲ ଅର୍ଦ୍ଧନଗ୍ନ ଛବି
ନିହାଣେ ଖୋଦିତ କରି।(୫)
ଏକା ଧର୍ମପଦ ଧର୍ମ ରକ୍ଷା କରି
ରଖିଲା କୁଳର ଟେକ
ଗାରିମା ଗୌରବ ସବୁ ରକ୍ଷା କଲା
କଟିବାର ବେଳେ ବେକ।(୬)
ପ୍ରାଣ ବଳି ତୁମ ଵ୍ୟର୍ଥ ଯାଇନାହିଁ
ଧରମା ହେ ଧର୍ମପଦ
ପ୍ରକୃତ ଦାୟାଦ ପରିଚୟ ଦେଲ
ପୂଜିବାକୁ ତୁମ ପାଦ।(୭)
ଫିରିଙ୍ଗି ନେଇଛି ଚୋରାଇ ମୋ ଚୂଳ
ଶ୍ରୀହୀନ ଦିଶୁଛି ଆଜି
ଦେଖି ଯାଅ ଥରେ ହେ ଲାଂଗୁଳା ଦେବ
ଦିଅ ନାହିଁ ଆଖି ବୁଜି।(୮)
ଭାବ ଥରେ କେହି ଭବିଷ୍ୟତ ମୋର
ଶୋଇ ପଡ ନାହିଁ ଆଉ
ବଂଚିବାକୁ ଦିଅ ଉତ୍କଳ ଐତିହ୍ୟ
ଯୁଗ ଯୁଗ ଯଶ ରହୁ।(୯)
ବୟାଙ୍ଗଡିହି, ଧାମନଗର, ଭଦ୍ରକ