ଯୁଗେ ଯୁଗେ ମାନବ ସଭ୍ୟତାର ବିକାଶ ହେବା ପରେ ପ୍ରାଗଐତିହାହିକ ଯୁଗ ରୁ ମାନବ କ୍ରୀଡ଼ା ସହିତ ସମ୍ପର୍କ ରଖି ଆସୁଥିବା ବେଳେ ବିନପୁର ଭୁଲିବ କେମିତି, ତାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବିନପୁର ଇଡେନଗାର୍ଡେନ ଖେଳ ପଡିଆରେ , ହଜାର ହଜାର ସଂଖ୍ୟା ରେ ଦର୍ଶକ ତା ସହିତ ମହିଳା ଦର୍ଶକ ,ଦୀର୍ଘ ୨୭ ବର୍ଷ ଧରି ଚାଲି ଆସୁଛି ଏଭଳି ପରସମ୍ପରା , ଖାଲି ଯେ ବ୍ଲକ ସ୍ତରୀୟ ନୁହେଁ କି ଜିଲ୍ଲା ସ୍ତରୀୟ ନୁହେ ଆନ୍ତରାଜ୍ୟ ଫୁଟବଲ ମ୍ୟାଚ ର ପରୀକଳ୍ପନା କରୁଛି । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବିନପୁର ଇଡେନ ଗାର୍ଡେନ ଖେଳପଡ଼ିଆ ରେ ଉଦଯାପିତ ହୋଇଯାଇଛି ମାଁ ଧରଣୀ ଫୁଟବଲ ଟୁଣ୍ଣାମ୍ୟାଚ । ଫାଇନାଲ ମ୍ୟାଚ ରେ ବୋଡେ଼ନ ଓ ଚଟିଆଗୁଡା ଫୁଟବଲ କ୍ଲବ ମଧ୍ୟରେ ସଂଘର୍ଷ ପୂର୍ଣମ୍ୟାଚ ହୋଇଥିବା ବେଳେ ବୋଡେ଼ନ 2-0 ଗୋଲ ବ୍ୟବଧାନରେ ମ୍ୟାଚ ଜିତି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଏହି ଅବସରରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ,ଜିଲ୍ଲା ପରିଷଦ ଅଧକ୍ଷ୍ୟା ଡଳି ମାଝି ,ବିଜୁ ଜନତା ଦଳ ନୂଆପଡ଼ା ର ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ,କୃଷ୍ଣ ଲାଲ ଦୀପ , ପୂର୍ବତନ ଜିଲ୍ଲା ପରିସଦ ପର୍ଶୁରାମ ନିଆଲ , ସାମ୍ବାଦିକ ଟିକେଶ୍ୱର ନାଗ ,ଜାମଗାଁ ର ସମାଜ ସେବୀ ଝସକେତନ ନାଗ ,ପ୍ରମୁଖ ଯୋଗଦେଇ ଉଭୟ ବିଜୟ ଓ ପରାଜିତ ଦଳକୁ ନଗଦ 10,000 ଓ 7000 ହଜାର ଟଙ୍କା ସହିତ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ମାଁ ଧରଣୀ ଫୁଟବଲ ଆୟୋଜନ କମିଟି ର ସଭାପତି ବେଦବ୍ୟାସ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଜାତୀୟ ଭାଷ୍ୟକାର ପ୍ରକାଶ କୁମାର ପାତ୍ର , ମନୋଜ କୁମାର ଖମାରୀ , ଥବିର ଦୀପ ,ସରୋଜ , ପ୍ରତ୍ୟୁଷ ଜଗତ ,ରଞ୍ଜନ ହଂସ , ଜୀବନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ , ମ୍ୟାଚ ର ମୁଖ୍ୟ ଖେଳପରିଚାକ ରୂପେ ଦେବାଦୀଶ ଯୋଶୀ ,ଲାଇନ ଅଗ୍ରଣୀ କ୍ରୀଡ଼ାବିତ ଚନ୍ଦ୍ର ମାଝୀ ,ରିକୁ ମାଝୀ ସେହିଭଳି ମ୍ୟାଚ ର ସମ୍ପୁର୍ଣ୍ଣ ଜୀବନ୍ତ ପ୍ରସାରଣ PC CREATION କାପସି ଦ୍ୱାରା ପ୍ରସାରଣ କରାଯାଥିଲା।ପ୍ରସାରଣ ଦାଇତ୍ୱ ବିହାରୀ ଲାଲ ମଷରା ଓ ଶେଖର ଦାସ ନେଇଥିବା ବେଳେ ବରିଷ୍ଠ କ୍ରୀଡ଼ାବିତ ତଥା ଖେଳପରିଚାଳକ ତାପସ କୁମାର ପତି , ଅଭିମନ୍ୟୁ ବାରିକ ଉପସ୍ଥିତ ରହି ଖେଳାଡ଼ି ସହିତ ଭାଷ୍ୟକାର ମାନଙ୍କୁ ଉତ୍ସାହ ବର୍ଦ୍ଧନ କରିଥିଥଲେ । ଉକ୍ତ ଟୁର୍ଣ୍ଣା ମ୍ୟାଚ ରେ ସବୁଦିନ ପରି ଟିକଚନ ନିଆଳ ଓ ଗଗନ ପରାଭୋଏ ଖେଳାଡ଼ି ସହିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେେ। ବାସ୍ତବିକ ଦିର୍ଘ ବର୍ଷଧରି ଖେଳ ଆୟୋଜନ କଷ୍ଟ ସାଧ୍ୟ ,କିନ୍ତୁ ବର୍ତମାନ ଯାଏ ଜେଉ ଭାବରେ କମିଟି ଖେଳକୁ ପରିଚାଳନା କରୁଛନ୍ତି ତାହା ଧନ୍ୟବାଦ ଯୋଗ୍ୟ । କିନ୍ତୁ କେବେ ପାଳନ ହେବ ରୂପୟ ଜୟନ୍ତୀ ତାହା ଦେଖିବାକୁ ବାକି । ହେଲେ ରୂପିସ ଜୟନ୍ତୀ ପାଲନ ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ପ୍ରତିଶୃତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ