ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ସିନେମାର ଦୃଷ୍ଟିକୋଣ ବଦଳାଇଦେଲା ‘ଦୃଷ୍ଟିକୋଣ’

ଭୁବନେଶ୍ୱର : ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ଦୃଷ୍ଟିକୋଣ’ । ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମା ପ୍ରଥମ ଦିନରେ ହାଉସଫୁଲ ହୋଇଛି । ଖାଲି ସେତିକି ନୁହେଁ ଏହି ସିନେମା ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ଓଡିଆ ସିନେମାକୁ ନେଇ ଥିବା ଦର୍ଶକଙ୍କ ଦୃଷ୍ଟିକୋଣ ବି ବଦଳାଇବାରେ ସକ୍ଷମ ହୋଇଛି । ପ୍ରଥମ ଦିନରେ ହଲରେ ଦର୍ଶକଙ୍କ ତାଳିମାଡ ସହ ସିନେମାକୁ ଜବରଦସ୍ତ ରେସପନ୍ସ ମିଳିଛି । ଦୀର୍ଘଦିନର ବ୍ୟବଧାନ ପରେ ଓଡିଆ ସିନେମା ଗୋଟିଏ ଦିନରେ ସୁପରହିଟ୍ ହୋଇଛି । ଯାହା ଓଲିଉଡ ପାଇଁ ଏକ ମାଇଲଷ୍ଟୋନ ହେବା ସହ ଦର୍ଶକଙ୍କୁ ପୁଣି ସିନେମା ହଲକୁ ଫେରାଇ ଆଣିବାରେ ସଫଳ ହୋଇପାରିଛି । ପ୍ରଥମ ଦିନ ପ୍ରଥମ ସୋ’ରେ ଓଲିଉଡର ନାମକରା କଳାକାରଙ୍କ ସହ ସିନେ କ୍ରିଟିକ୍‌, ଶୁଭେଚ୍ଛୁ ଦର୍ଶକଙ୍କ ସହ ହଲରେ ବସି ସିନେମାକୁ ଦେଖିଥିଲେ । ପୀଡିତା ଭାବେ ନବଗତା ଲିଜା ନାୟକଙ୍କ ଦମଦାର ଅଭିନୟ, ଏଲିନା ସାମନ୍ତରାୟଙ୍କ ପୁଲିସ ଭୂମିକା ଓ ହର ରଥଙ୍କ ଓକିଲାତି ସିନେମାକୁ ଫାଇଭ ଷ୍ଟାର ରେଟିଂ ଦେଇଛି । ସାହିତ୍ୟିକ ହର ପ୍ରସାଦ ଦାସ ଜଜ୍ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ବିକାଶ ଦାସ, ଅଙ୍କିତ ମହାନ୍ତି ଓ ସାଥୀ କଳାକାରମାନେ ବେଶ ବଢ଼ିଆ ଅଭିନୟ କରିଥିବା ବେଳେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ସିନେମାଟି ବେଶ ଉଚ୍ଚକୋଟୀର ହୋଇପାରିଛି ।

ସବୁଠୁ ବଡକଥା ହେଲା, ରଜ ସମୟରେ ଧୁମଧଡାକ ସିନେମା ରିଲିଜ ହେବାର ନଜୀର ରହିଛି । କିନ୍ତୁ ରଜ ପୂର୍ବରୁ ଅକ୍ଷୟ ପରିଜା ଏଭଳି ଏକ ସାମାଜିକ ସିନେମା ‘ଦୃଷ୍ଟିକୋଣ’ ନିର୍ମାଣ କରି ଓଡିଆ ଦର୍ଶକଙ୍କ ରୁଚିକୁ ନିରିଖେଇ ଦେଖି ପାରିଛନ୍ତି । ଦେହ ଭୋକ ମେଂଟାଇବା ପାଇଁ ନାରୀକୁ କିଭଳି ଭୋଗ୍ୟବସ୍ତୁ ଭାବେ ବ୍ୟବହାର କରାଯାଉଛି । ମଦ ଓ ଡ୍ରଗ୍ସ ନିଶାରେ ଜଣେ ଯୁବତୀକୁ କିଭଳି ଗଣବଳାତ୍କାର କରାଯାଉଛି ଓ କୋର୍ଟ ରୁମ ଭିତରେ ପୀଡିତାର ବକ୍ଷସ୍ଥଳକୁ କିଭଳି କଦର୍ଯ୍ୟ ଭାବେ ଚିତ୍ରଣ କରାଯାଇ ତାର ଚରିତ୍ର ସଂହାର କରାଯାଉଛି ତାହା ଅତି ସୁନ୍ଦର ଭାବେ ସିନେମାରେ ଦେଖିବାକୁ ମିଳିଛି । ତେବେ ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ଖସି ଯିବାକୁ ଗଳାବାଟ ଖୋଜୁଥିବା ବେଳେ ଶେଷରେ ନିଜେ ବିଚାରପତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ସିନେମାରେ ଚିତ୍ରଣ କରାଯାଇଛି । ସିନେମାକୁ ଲୋକଙ୍କ ପ୍ରବଳ ଭଲପାଇବା ମିଳିଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!