ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହରୁ ଯୁବକେନ୍ଦ୍ର ତରଫରୁ ପଥପ୍ରାନ୍ତ ନାଟକ

କର୍ଲାମୁଣ୍ଡା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ତରଫରୁ କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା ଗାଁ ର କଳାରୁଦ୍ର ଯୁବକ ସଂଘ ସହଯୋଗ ରେ ବାଲ୍ୟ ବିବାହ, ଶିଶୁଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି l ଏହି ବ୍ଲକର କୁସୁର୍ଲା, ବାଞ୍ଜିପଦର, ଭଟାପଲା, ଭାଲୁପିଆ ଗ୍ରାମରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏଥିରେ ବୋରପଦର ପଞ୍ଚାୟତ ସରପଞ୍ଚ ସୁବାଶ କୁମାର ସାହୁ, କୁସୁର୍ଲା (ହଜାରୀପଡା) ଗ୍ରାମର ୱାର୍ଡ ମେମ୍ବର ଶ୍ରୀମତୀ ବନିତା ସାହୁ, ଭାଲୁପିଆ ଅଙ୍ଗନାୱାଡି କର୍ମୀ ଶ୍ରୀମତୀ ଦୁଲଣା କହଁର, ବାଞ୍ଜିପଦର ଗ୍ରାମର ଅଙ୍ଗନାୱାଡି କର୍ମୀ ଶ୍ରୀମତୀ ତ୍ରିପୁରା ସାହୁ ଉପସ୍ଥିତ ଥିବାବେଳେ ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ରିତା ସାହୁ, ପୂର୍ବତନ ସ୍ଵେଚ୍ଛାସେବୀ କୂପନେଶ୍ୱର ବିମଲ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା, ଖୋଲାଝରକା ଯୁବ ଅନୁଷ୍ଠାନ, ବାଞ୍ଜିପଦର ଓ ଧର୍ମରାଜ ଯୁବ ଅନୁଷ୍ଠାନ, ଭାଲୁପିଆର ସଦସ୍ୟମାନେ ସହଯୋଗ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

Sunil Chandra Nayak

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

ଆସ କିଛି ଜାଣିବା…..

Sunil Chandra Nayak

Leave a Comment

error: Content is protected !!