ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୋଟି ଯୁହାରେ

  କୋଟି ଯୁହାରେ

ଉପେନ୍ଦ୍ର କୁମାର ବସ୍ତିଆ

 

ମଙ୍ଗଳ ଆଳତୀ କରେ ଧରି 

ଭକ୍ତିର ସଳୀତା ଜାଳି ଜାଳି 

କିଛି ଲୁହରେ କିଛି କୋହରେ 

  ଚକାଡୋଳା ••••

ତୁମ ପାଦେ କୋଟି ଜୁହାରେ।

ଭକ୍ତ ପ୍ରହଲ୍ଲାଦ ଜୀବନ ରଖିଲ 

    ହିରଣ୍ୟର ଛାତି ବିଦାରି 

ଗଜ ଉଦ୍ଧାରିଲ କୋଟିବସ୍ତ୍ର ଦେଲ 

    ଶୁଣି ଦ୍ରୌପଦୀର ଗୁହାରୀ 

ଶବରୀ ଅଇଁଠା ସୁଦାମାର ଖୁଦ 

     ଭୁଂଜିଥିଲ ଆନନ୍ଦରେ 

ନାହିଁ କଣ ତୁମ ମୋଠାରେ ଆଦର 

    ପ୍ରତୀକ୍ଷାରେ ଦିନ ସରେ 

  ଚକାଡୋଳା ••••

ତୁମ ପାଦେ କୋଟି ଜୁହାରେ ।

ସାଲବେଗ ଲାଗି ଅଟକିଲା ରଥ 

    ମାଣିକର ଦହି ଖାଇ 

ଦାସିଆ ନଡ଼ିଆ ହାତୁ ତୋଳିନେଲ 

    ହରିଦାସେ କଲ ବାଇ 

କଳା ପାହାଡ଼ର ଗର୍ବ ଭାଙ୍ଗି ଦେଲ 

    ଭକତର ହିତ ପାଇଁ 

ଭରିଦିଅ ପ୍ରଭୁ ତୁମରି ଆଶିଷ 

  ଏ ମୋ ଫଟା କପାଳରେ 

 ଚକାଡୋଳା ••••

  ତୁମ ପାଦେ କୋଟି ଜୁହାରେ।

ରାଉରକେଲା

 

Related posts

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

Sunil Chandra Nayak

ମା’କୀଚକେଶ୍ବରୀ ମନ୍ଦିର,ବହଳଦାରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

Leave a Comment

error: Content is protected !!