ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

 ମୟୂରଭଞ୍ଜ – ୧/୦୭/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବହଲଦା ବ୍ଲକ ର ଦୁଇଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ଦୁଃଖ ରେ ମ୍ରିୟମାଣ ହୋଇ ପଡିଛି ବହଲଦା ବ୍ଲକ ର ଶିକ୍ଷା ପରିବାର । ଏଠିକାର ବରିଷ୍ଠ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟମୁନି ବେହେରାଙ୍କ ସହିତ ଏହି ଅଂଚଳ ର ଜଣେ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମହାନ୍ତ ତାଙ୍କ ଚାକିରୀ କାର୍ଯ୍ୟରୁ ଗୁରୁବାର ଦିନ ଅବସର ନେଇ ଶିକ୍ଷକ ମହଲରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରି ଯାଇଛନ୍ତି ।ଉଭୟଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କି ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣ ରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ତାଙ୍କ ପରବର୍ତ୍ତୀ ଜୀବନ ଆନନ୍ଦମୟ ଓ ନିରାମୟ ହେଉ ବୋଲି ଏକ ମିଳିତ ପ୍ରାର୍ଥନା କରା ଯାଇଥିଲା । ଉଭୟ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଉତ୍ସବରେ କାଙ୍କି ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳୀନ କୁମାର ବେହେରା ସଭାପତି ଦାୟିତ୍ୱ ନିର୍ବାହ କରିଥିବା ବେଳେ କାଙ୍କି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବରେ ଓ ବହଲଦା ବ୍ଲକର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଭୂତନାଥ ଶୀଟ ମୁଖ୍ୟ ଅତିଥି ଭାବରେ ସଭା କୁ ସୁସମ୍ପାଦିତ କରିଥିଲେ । ଏହି ପରିପ୍ରେକ୍ଷୀରେ କାଙ୍କି ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଇନ୍ଦଖୋଲି ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଗତିଶୀଳ ରାଜ୍ୟର ଦୁର୍ଗମ ଅଞ୍ଚଳର କରୁଣ କାହାଣୀ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ

Sunil Chandra Nayak

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

Leave a Comment

error: Content is protected !!