ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ 

ନୂଆପଡା : ଖଡ଼ିଆଲ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ତୃତୀୟ ବ୍ଯାଚ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଅଧ୍ଯକ୍ଷତା କରିଥିବା ବେଳେ ରିସୋର୍ସ ପର୍ସନ ଭାବରେ ନୂଆପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ହେମନ୍ତ କୁମାର ଭୋଇ , ଟେକ୍ନିକାଲ ପର୍ସନ ନିଖିଳ ଓଝା ଓ ଧର୍ମରାଜ ଦଣ୍ଡସେନା ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଶବର ମଞ୍ଚାସୀନ ରହିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ରହି ପାଞ୍ଚ ଦିନ ବ୍ଯାପି ହେବାକୁଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ଅଭିପ୍ରେରିତ କରିଥିଲେ। ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅନୁସାରେ ରୂପାନ୍ତରଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ପ୍ରଧାନ ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମୋଟ ପଚାଶ ଜଣ ଏହି ତାଲିମ ଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମରେ ଶିକ୍ଷକ ଗୌରୀ ଶଙ୍କର ଦୁବେ, ନିରଞ୍ଜନ ବିଶ୍ୱାଳ,ବୈଷ୍ଣବ ମେହେର, ଆଶିଷ ପଟ୍ଟନାୟକ, ଶ୍ରୀମନ୍ତ ହେର୍ଣ୍ଣା ପ୍ରମୁଖ ସହଯୋଗ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୋଟଙ୍ଗା ନୋଡାଲ ସ୍କୁଲ୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ନବମସ୍ବରୂପ ମାତା ସିଦ୍ଧିଦାତ୍ରୀ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ତୁମେ ହିଁ ତ ଗୁରୁ

Sunil Chandra Nayak

Leave a Comment

error: Content is protected !!