ଉତ୍କେଲ। -: ଆଜି ଲେପ୍ରା ଇଣ୍ଡିଆ ତରଫରୁ କେସିଙ୍ଗା ଫରେଷ୍ଟ ଅଫିସ୍ ପାଖରେ ଏକ ନେତ୍ର ଚିକିତ୍ସାଳୟ ଆରମ୍ଭ କରାଯାଇଛି । ରବିବାର ବ୍ୟତୀତ ପ୍ରତିଦିନ ସକାଳ ୮ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ପ୍ରଜ୍ୟନ୍ତ ଡାକ୍ତର ଖାନା ଖୋଲା ରହିବ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଯିଜ୍ଞାଶୁ ଅଗ୍ନିହୋତ୍ରୀ ଚକ୍ଷୁ ରୋଗୀକୁ ଦେଖିବେ । ଅପରେସନ କରିବାର ଥିଲେ ୧୦ ଜଣ ରୋଗୀ ଚିହ୍ନଟ ହେଲା ପରେ ସମ୍ପୂର୍ଣ୍ଣ ମାଗଣାରେ ଜୁନାଗଡ଼ ସ୍ଥିତ ଚକ୍ଷୁ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ । ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଚକ୍ଷୁ , ଚକ୍ଷୁ ବିନା କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ଲିପ୍ରା ପକ୍ଷରୁ କୁହାଯାଇଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମହତ୍ କାର୍ଯ୍ୟକୁ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଦ୍ବାରା ଶୁଭ ଉଦ୍ଘାଟନ କରାଯାଇଥିଲା l ଏହି ଚିକିତ୍ସାଲୟ କୁ ଶୁଭ ଉଦଘାଟନ କରିଥିବାରୁ ଲିପ୍ରା ଇଣ୍ଡିଆ କୁ କେସିଙ୍ଗା ନଗରପାଳ ଶ୍ରୀ ଯାଦବ ସାଧୁବାଦ୍ ଜଣାଇଛନ୍ତି ।
ଉତ୍କେଲ୍। ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।