ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କେସିଙ୍ଗା ଏନଏସି ଅଧ୍ୟକ୍ଷ ଙ୍କ ଦ୍ଵାରା ନେତ୍ର ଚିକିତ୍ସାଳୟ ଉଦ୍ଘାଟିତ

 ଉତ୍କେଲ। -:  ଆଜି ଲେପ୍ରା ଇଣ୍ଡିଆ ତରଫରୁ କେସିଙ୍ଗା ଫରେଷ୍ଟ ଅଫିସ୍ ପାଖରେ ଏକ ନେତ୍ର ଚିକିତ୍ସାଳୟ ଆରମ୍ଭ କରାଯାଇଛି । ରବିବାର ବ୍ୟତୀତ ପ୍ରତିଦିନ ସକାଳ ୮ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ପ୍ରଜ୍ୟନ୍ତ ଡାକ୍ତର ଖାନା ଖୋଲା ରହିବ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଯିଜ୍ଞାଶୁ ଅଗ୍ନିହୋତ୍ରୀ ଚକ୍ଷୁ ରୋଗୀକୁ ଦେଖିବେ । ଅପରେସନ କରିବାର ଥିଲେ ୧୦ ଜଣ ରୋଗୀ ଚିହ୍ନଟ ହେଲା ପରେ ସମ୍ପୂର୍ଣ୍ଣ ମାଗଣାରେ ଜୁନାଗଡ଼ ସ୍ଥିତ ଚକ୍ଷୁ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ । ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଚକ୍ଷୁ , ଚକ୍ଷୁ ବିନା କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ  ବୋଲି ଲିପ୍ରା ପକ୍ଷରୁ କୁହାଯାଇଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ମହତ୍ କାର୍ଯ୍ୟକୁ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଦ୍ବାରା ଶୁଭ ଉଦ୍ଘାଟନ କରାଯାଇଥିଲା l ଏହି ଚିକିତ୍ସାଲୟ କୁ ଶୁଭ ଉଦଘାଟନ କରିଥିବାରୁ ଲିପ୍ରା ଇଣ୍ଡିଆ କୁ କେସିଙ୍ଗା ନଗରପାଳ ଶ୍ରୀ ଯାଦବ ସାଧୁବାଦ୍ ଜଣାଇଛନ୍ତି ।

ଉତ୍କେଲ୍। ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

ବେଦାନ୍ତ ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମାଦିବସ ପାଳିତ

Sunil Chandra Nayak

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

Sunil Chandra Nayak

Leave a Comment

error: Content is protected !!