ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ନେତା ଶରତ ପଟ୍ଟନାୟକପିସିସି ସଭାପତି ନିଯୁକ୍ତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ପିସିସି ସଭାପତି ପଦ ପାଇଁ ଦୀର୍ଘଦିନ ଧରି ବହୁ ଆଶାୟୀଙ୍କ ନାମ ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ପିସିସି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ଏବଂ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଗ୍ରହଣ କଲେ ସୋନିଆ ଗାନ୍ଧୀ।

ସଦ୍ୟ ରିପୋର୍ଟ ମୁତାବକ, ନୂଆ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ପିସିସି ସଭାପତି ପଦ ପାଇଁ ରାଜ୍ୟର ଏକାଧିକ ନେତାଙ୍କ ନାମ ରେସରେ ରହିଥିଲା । ମାତ୍ର ଶେଷରେ ଶରତଙ୍କ ମୁଣ୍ଡରେ ହାଇକମାଣ୍ଡ ସୁନାକଳସ ଢାଳିଛନ୍ତି । ଶରତଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା । ଏହାପରେ ଉକ୍ତ ପାଞ୍ଚଟି ରାଜ୍ୟର ପିସିସି ମୁଖିଆଙ୍କୁ ଇସ୍ତଫା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ଓଡ଼ିଶା ପିସିସି ଦାୟିତ୍ୱରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଆଖକୁ ଏଆଇସିସି ପକ୍ଷରୁ ଏକ ଚିଠି ଆସିଥିଲା । ଉକ୍ତ ଚିଠି ପରେ ପିସିସି ପରିବର୍ତ୍ତନ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟର ବହୁ ବିଧାୟକ ଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କ ସହିତ ପିସିସି ଚୟନ ନେଇ ଆଲୋଚନା କରିଥିଲେ ।ତେବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି । ମିଳିମିଶି କଂଗ୍ରେସ ସଂଗଠନକୁ ମଜବୁତ କରିବା ସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଶରତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

Sunil Chandra Nayak

କେନାଲ ପରିଦର୍ଶନ କଲେ ଜଳସେଚନ ବିଭାଗ ଅତିରିକ୍ତ ସଚିବ

Sunil Chandra Nayak

Leave a Comment

error: Content is protected !!