ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଏବିଇଓ ଓ ମୁଖ୍ୟ କିରାଣୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ନର୍ଲା (ମନିସ): ନର୍ଲା ବିଇଓ ଅଫିସରୁ ଅନ୍ୟତ୍ର ବଦଳି ହୋଇଥିବା ଏବିଇଓ ଜୟସେନ ନିଆଲ ଓ ମୁଖ୍ୟ କିରାଣୀ ପରମାନନ୍ଦ ମାଝୀଙ୍କୁ ଅଫିସ ସମ୍ମିଳନୀ କକ୍ଷରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବରିଷ୍ଠ ବିଇଓ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ସୂର୍ଯ୍ୟଦେବ ବାଗ, ମୁଖ୍ୟ କିରାଣୀ ଗଣେଶ ପୁଝାରୀ, ବରିଷ୍ଠ କିରାଣୀ ଜୟଚନ୍ଦ୍ର ହାତୀ ଓ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ବିଦାୟୀ ଅଧିକାରୀ ଶ୍ରୀ ନିଆଲ ଓ ଶ୍ରୀ ମାଝୀ ମଞ୍ଚାସୀନ ଥିଲେ। ଶାନ୍ତପୁର ସିଆରସିସି ସୁଜିତ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ନର୍ଲା ସିଆରସିସି ଅର୍ଜୁନ ବାଗ ନିଜସ୍ୱ ରଚନାରୁ ବିଦାୟ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ନୂତନ ଭାବେ ଯୋଗଦାନ କରିଥିବା ମୁଖ୍ୟ କିରାଣୀ ଶ୍ରୀ ପୁଝାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ବୁରାଟ ସିଆରସିସି କେଦାରନାଥ ନାଗ, ବଲବସପୁର ସିଆରସିସି ଦାସ ମାଝୀ, ଶ୍ରୀପୁର ସିଆରସିସି ରଘୁପତି ହରିଜନ, ଶେରଗଡ଼ ସିଆରସିସି ବିରଞ୍ଚି ମାଝୀ, ତୁଳାଗାଁ ସିଆରସିସି ଦେବୀସୁଧା ଦୋରା, ପଲମ ସିଆରସିସି ବିପ୍ର ବଗର୍ତ୍ତୀ, ଘୋଡ଼ାବନ୍ଧ ସିଆରସିସି ହେମନ୍ତ ମାଝୀ, ଭୀମକେଲା ସିଆରସିସି ବିଜୟ ସୁନା, ରୁପ୍ରା ସିଆରସିସି ଡମ୍ବରୁ ସାହୁ, ମୁସ୍କୁଟି ସିଆରସିସି ହରିହର ଭୋଇ, ଭାନପୁର ସିଆରସିସି ମୀନକେତନ ସାହୁ, ତୁଳାପଡ଼ା ସିଆରସିସି ଯୌବନ ହରିଜନ, ପରବାଙ୍ଗି ସିଆରସିସି ନବୀନ ଗଉଡ଼, ଖଇରମାଳ ସିଆରସିସି ସୁବାସ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ଅଫିସ କର୍ମଚାରୀ ମହେନ୍ଦ୍ର ବାରିକ, ପ୍ରଶାନ୍ତ ମହଲା, ଭକ୍ତି ଦୀପ, ବ୍ଲକ ସାକ୍ଷରତା ମିଶନ ସମିତି ସଂଯୋଜକ ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

Sunil Chandra Nayak

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

Leave a Comment

error: Content is protected !!