ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁ

 ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡ଼ମଝର ମଣ୍ଡି ଖୁଲା ଆକାଶ ତଳେ ଚାଲୁ ଅଛି। ଅଦିନିଆ ବର୍ଷା ରେ ମଣ୍ଡି ରେ ବିକ୍ରି ଅପେକ୍ଷା ରେ ଧାନ ବସ୍ତା ଭିଜି ଗଜା ହୋଇଅଛି।ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟାହତ ରହୁ ଥିବା ବେଳେ ଧାନ ଓହ୍ଲାଇବା , ଚଢାଇବା ,ମାପ ଓ ଓଜନ କରିବା ଅନେକ ସମସ୍ୟା ରହିଅଛି। ଡ଼ମଝର ମଣ୍ଡିକୁ ପଲସଦା, କର୍ଲାକୋଟ ଏବଂ ଡ଼ମଝର ପଂଚାୟତ ର ଧାନ ବିକ୍ରି ପାଇଁ ଆସିଥାଏ। ଶ୍ରମିକ ସମସ୍ୟା ନେଇ ଚାଷୀଙ୍କ ଧାନ ଉଠିବା ନେଇ ଅନେକ ବାଧା ଦେଖା ଯାଉଛି। ତିନି ଗୋଟି ମିଲର୍ସ ଧାନ ଉଠାନ ପାଇଁ ସଂଯୁକ୍ତ ହୋଇ ଟ୍ରକ ସହାର୍ଯ୍ୟରେ ଧାନ ଉଠାଉଛନ୍ତି। ହଜାର ହଜାର ବସ୍ତା ଧାନ ଏକ ତାରପୋଲିନ ରେ ପଡିରହିଅଛି। ବର୍ତ୍ତମାନ ଚାଷୀ ଙ୍କ ଧାନ ନିମ୍ନ ଦରରେ ବିକ୍ରି ହେବା ନେଇ ଚିନ୍ତିତ। ଏହି ଦୈବି ଦୁର୍ବିପାକ ଘଟଣା ରେ ଭୁଲ କାହାର ଏବଂ କାହାକୁ କ୍ଷତି ସହିବାକୁ ପଡିବ। ମଣ୍ଡିରେ ଧାନ ପହଁଚିବା ପରେ ଧାନର ଦାୟିତ୍ବ କାହାର। ତେଣୁ ମଣ୍ଡି ଵ୍ୟଵସ୍ଥା ରେ ଉନ୍ନତ ଆଣିବା ସହ ଆବଶ୍ୟକ ଗୋଦାମ ନିର୍ମାଣ ର ଆବଶ୍ୟକତା ରହିଛି।   ରାଜନେତା ଏବଂ ପ୍ରଶାସନ କେବଳ ମନ୍ଦିର , ଟୁଙ୍ଗି , କ୍ଲବ କୁ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଅର୍ଥ ବରାଦ କରନ୍ତି। ମଣ୍ଡି ସମ୍ମୁଖରେ ଗୋଦାମ ଗୃହ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇନଥିବା ଯୋଗୁଁ ସମସ୍ତ ଚାଷୀ ଙ୍କ ସ୍ବାର୍ଥ ସାଧନ ହୋଇ ପାରିନାହିଁ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

Leave a Comment

error: Content is protected !!